ଜାତୀୟ

ରଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତାରେ ଡିପିଏସ କଳିଙ୍ଗ ପ୍ରଥମ

ନୂଆଦିଲ୍ଲୀଠାରେ ଆୟୋଜିତ ରଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତାର ଲୋକଗୀତ ବର୍ଗରେ ଡିପିଏସ କଳିଙ୍ଗ ପ୍ରଥମ ସ୍ଥାନ ହାସଲ କରିଛି । ଏତଦ୍ବ୍ୟତୀତ ଏହି ବିଦ୍ୟାଳୟ ସଂସ୍କୃତ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରି ରଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଭାରତ ବିକାଶ ପରିଷଦ ପକ୍ଷରୁ ପ୍ରତିବର୍ଷ ଦେଶବ୍ୟାପୀ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧ ସଙ୍ଗୀତ ସମୂହ ଗାନର ପ୍ରତିଯୋଗିତା ଆୟୋଜନ କରିଥାଏ । ଚଳିତ ବର୍ଷ ଡିପିଏସ କଳିଙ୍ଗ ଆଞ୍ଚଳିକ ସ୍ତର ଓ ପୂର୍ବାଞ୍ଚଳ ଯୋନ ସ୍ତରରେ ହିନ୍ଦୀ, ସଂସ୍କୃତ ଓ ଓଡିଆ ଗୀତରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତର ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିଲା । ଚଳିତ ମାସ ୧୦ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରତିଯୋଗିତାରେ ଲୋକଗୀତ ବର୍ଗରେ ସମ୍ବଲପୁରୀ ଗୀତ ପରିବେଷଣ କରି ସମସ୍ତଙ୍କୁ ମୋହିତ କରିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିଲା । ସେହିପରି ସଂସ୍କୃତ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଅଭିଭାବକ ଓ ଭାରତ ବିକାଶ ପରିଷଦ ଓଡିଶା ପ୍ରାନ୍ତର ଅଧ୍ୟକ୍ଷ ଜଗତମୋହନ ପଟ୍ଟନାୟକ, ସୁରେଶ ଚନ୍ଦ୍ର ପତି ଓ ଅନ୍ୟ କର୍ମକର୍ତ୍ତାମାନେ ସ୍ୱାଗତ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଆଗାମୀ ଦିନରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ସେମାନଙ୍କ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ପ୍ରାନ୍ତ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button