କଳା ଓ ସଂସ୍କୃତି

ରଥଖଳାରେ ଶେଷ ହେଲା ଚକ ଥାକ, ଆଜି ଅଖରେ ଲାଗିବ ମେଣ୍ଢି କାଠ

ଆ.ଓ.ରି.ଦିଲ୍ଲୀ (ତା ୭/୬)ପୁରୀ:ଘୋଷ ଯାତ୍ରାକୁ ଆଖି ଆଗରେ ରଖି ବେଶ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀନଅର ସମ୍ମୁଖର ରଥଖଳା । ମହାରଣା ସେବକ, ଭୋଈ ସେବକ, ରୂପକାର ସେବକମାନେ ଦୀର୍ଘ ୫୦ ଦିନ ଧରି ଶ୍ରୀଜୀଉଙ୍କ ରଥ ନିର୍ମାଣରେ ବ୍ୟସ୍ତ ରହିଥିବାବେଳେ ଗତକାଲି ଶେଷ ହୋଇଛି ଚକ ଥାକ କାମ। ନିର୍ଦ୍ଦିଷ୍ଟ ସ୍ଥାନରେ ଚକଗୁଡିକୁ ଥାକରେ ରଖାଯାଇଛି। ଏହି କ୍ରମରେ ଆଜି ଅଖରେ ଲାଗିବ ମେଣ୍ଢି କାଠ । ଅଖକୁ ଟେକି ଧରିବା ପାଇଁ ଅଖ ମଝିରେ ମେଣ୍ଢି କାଠ ଲଗା ଯାଇଥାଏ । ମେଣ୍ଡି କାଠ ଲାଗିବା ପରେ ଦଣ୍ଡା ଅନୁକୁଳ ହୋଇ ଅଖ ଉପରକୁ ଉଠାଯିବାର ସୂଚନା ଦିଆଯାଇଛି ।

ଗତକାଲି ଠାରୁ ରୂପକାର ସେବକମାନଙ୍କ ଦ୍ୱାରା ନାଟଗୋଡ କାମ ଆରମ୍ଭ ହୋଇଛି । ତିନିରଥରେ ୨୪ ଟି ନାଟଗୋଡ ଲଗାଯିବା ସହ ଠାକୁରଙ୍କୁ ସୁରକ୍ଷା ଦେବାକୁ ଚାରିଦ୍ୱାରରେ ଅସୁରର ଚିତ୍ର ଖୋଦେଇ କରାଯିବ। କମାର ସେବକମାନଙ୍କ ଦ୍ୱାରା କଣ୍ଟା ତିଆରି କାମ ଜାରି ରହିଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button