କଳା ଓ ସଂସ୍କୃତିଛବିରେ ଖବରଜାତୀୟଜିଲ୍ଲାରାଜନୀତି

ରତ୍ନ ଭଣ୍ଡାର ଚାବି କଥା ନେଇ ଆଉ ଥରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଜେପି

ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେପି। ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରେସମିଟରେ ସମାଲୋଚନା କରିଛନ୍ତି ଯେ, ଶ୍ରୀମନ୍ଦିର ନିୟମାନୁସାରେ ଅଳଙ୍କାର ରତ୍ନ ଭଣ୍ଡାରରେ ରହିବା କଥା , କିନ୍ତୁ ଦୁଇ ଦିନ ତଳେ ଦାନ ଅଳଙ୍କାରକୁ ପ୍ରଶାସନ ଷ୍ଟେଟ୍ ବ୍ୟାଙ୍କ ଲକରରେ ରଖି ରତ୍ନ ଭଣ୍ଡାର ସୁରକ୍ଷିତ ନୁହେଁ ବୋଲି ସରକାର ସ୍ୱୀକାର କରିଛନ୍ତି।

ରତ୍ନ ଭଣ୍ଡାର ବାହାରେ ଅଳଙ୍କାର ରଖିବା ସଂପୂର୍ଣ୍ଣ ବେଆଇନ। ତେଣୁ କେଉଁ ଆଇନ ବଳରେ ଅଳଙ୍କାରକୁ ରତ୍ନଭଣ୍ଡାରରେ ନରଖି ଷ୍ଟେଟ୍ ବ୍ୟାଙ୍କ ଲକରରେ ରଖାଗଲା, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ପିତାମ୍ବର। ଚାବି ହଜିବା ଘଟଣା ନେଇ ଏଯାଏଁ ମୁଖ୍ୟମନ୍ତ୍ରୀ ପଦଟିଏ ବି କହିନାହାନ୍ତି। ପ୍ରକୃତରେ ଚାବି ହଜିଛି ନା ହଜାଇ ଦିଆଯାଇଛି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଦରକାର ବୋଲି ସେ କହିଛନ୍ତି। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦରେ ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରୁଛି ବିଜେପି। ଆଜି ସବୁ ଜିଲ୍ଲା ଓ ଉପଖଣ୍ଡରେ ଜନ ଜାଗରଣ ନାଁରେ ବିକ୍ଷୋଭ କରୁଛି ଦଳ। କେନ୍ଦ୍ରାପଡାରେ ୬ ଘଣ୍ଟିଆ ବିକ୍ଷୋଭ କରାଯାଇଛି। ସହରର ପ୍ରବେଶ ପଥ ୫ ନମ୍ବର ଜାତୀୟ ରାଜପଥର ଦୁହୁରିଆ ଠାରେ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

କେନ୍ଦ୍ରାପଡା ସହରର ମୁଖ୍ୟ ଛକ ତିନିମୁହାଣି, ସାନ୍ତ ସାହି, ଗୋପ ଛକଠାରେ ବିଜେପି କର୍ମୀ ରାସ୍ତା ଉପରେ ବସି ବସ୍ ଚଳାଚଳ ବନ୍ଦ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି। ସେହିପରି ବାଲେଶ୍ୱରରେ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ବିକ୍ଷୋଭ କରିଛି। ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସାମ୍ନାରେ ବିକ୍ଷୋଭ ସହ ଏତଲା ଦିଆଯିବ। ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ସମୁହ ଦୀପଦାନ କରାଯିବ ବୋଲି ଦଳ ପକ୍ଷରୁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button