ଜାତୀୟରାଜ୍ୟ

ମୋଦିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେଲେକଟକର ସୁବାସ ମହାନ୍ତି

ମୋଦିଙ୍କ ସହ ସିଧାସଳଖ କଥା ହୋଇଛନ୍ତି କଟକର ସୁବାସ ମହାନ୍ତି । ଗୁରୁବାର ଭିଡିଓକନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ସୁବାସ । ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ର ଦ୍ୱାରା ସୁବାସ କେତେ ଉପକୃତ ହୋଇଛନ୍ତି ସେ ନେଇ ପଚାରି ବୁଝିଛନ୍ତି ମୋଦି । ସୁବାସଙ୍କ ସହ ପାଖାପାଖି ୧୦ମିନିଟ୍ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିବା ସହ ଜନୌଷଧି କେନ୍ଦ୍ରରୁ ଔଷଧ କିଣିବା ସହଜ ହେଉଛି କି ନାହିଁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ।

ସୁବାସ କହିଥିଲେ, ଜନୌଷଧି କେନ୍ଦ୍ରରୁ ଔଷଧ କିଣିବା ଦ୍ୱାରା ପ୍ରତିମାସରେ ତାଙ୍କର ୨ହଜାରରୁ ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଉଛନ୍ତି । ସେ ଓ ତାଙ୍କ ପତ୍ନୀ ମଧୁମେହ ରୋଗରେ ପୀଡିତ ଥିବାରୁ ପୂର୍ବରୁ ପ୍ରତିମାସରେ ୨ରୁ ୩ହଜାର ଟଙ୍କାର ମେଡିସିନ୍ ଖାଉଥିଲେ । କିନ୍ତୁ ଏବେ ସେହି ମେଡିସିନକୁ ଜନୌଷଧି କେନ୍ଦ୍ରରୁ ମାତ୍ର ୫ଶହ ଟଙ୍କାରେ କିଣିପାରୁଛନ୍ତି । ଜନୌଷଧି କେନ୍ଦ୍ର ଦ୍ୱାରା ଦେଶବାସୀ କେମିତି ଉପକୃତ ହୋଇଛନ୍ତି ସେ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କ ସହ ସିଧାସଳଖ କଥା ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button