ସ୍ୱାସ୍ଥ୍ୟ

ମୋଦିଙ୍କ ଫିଟନେସ୍ ଚ୍ୟାଲେଞ୍ଜ ! କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଖେଳାଳି ମନିକା ବାତ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଖୋଲା ଚ୍ୟାଲେଞ୍ଜ

ଆଓରି- ନୂଆଦିଲ୍ଲୀ (୧୩/୬):  ପ୍ରଧାନମନ୍ତ୍ରୀ ମୋଦି ଦେଲେ ଫିଟନେସ୍ ଚାଲେଞ୍ଜ୍‌ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ଟେବୁଲ ଟେନିସ ଖେଳାଳି ମନିକା ବାତ୍ରାଙ୍କୁ ଏହି ଚ୍ୟାଲେଂଜ୍ ଦେଇଛନ୍ତି ମୋଦି । ପଡିଆରେ ଘାସ ଉପରେ ବିଭିନ୍ନ ବ୍ୟାୟାମ କରିଛନ୍ତି ମୋଦି । ଏଥିସହ ପଥର ଉପରେ ମଧ୍ୟ ଯୋଗ କରିଛନ୍ତି । ଏହି ଭିଡିଓକୁ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ପଂଚତତ୍ତ୍ଵ ଆଧାରରେ ନିର୍ମତ ରାସ୍ତାରେ ଚାଲି ଉର୍ଜାବାନ ଅନୁଭବ କରୁଥିବା ଟ୍ୱିଟରରେ ସେ ଲେଖିଛନ୍ତି । ଏଥିସହ ସମସ୍ତେ ଫିଟ୍ ରହିବାକୁ ପ୍ରଧାନମନ୍ତ୍ରୀ ଅପିଲ ମଧ୍ୟ କରିଛନ୍ତି ।

ନିୟମିତ ଯୋଗ କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଏଥିରେ କେତେଗୁଡ଼ାଏ ଆସନ କରୁଛନ୍ତି ଯାହା ଭିନ୍ନ ଭିନ୍ନ ଦିଗରୁ କଷ୍ଟକର ମନେହୁଏ। ଏଥିସହ ସେ ଶ୍ୱାସପ୍ରଶ୍ୱାସ ବ୍ୟାୟାମ ମଧ୍ୟ କରୁଥିବାର ଦେଖାଯାଉଛି। ଏହି ବ୍ୟାୟାମ ଶରୀରର ରୋଗପ୍ରତିରୋଧକ ଶକ୍ତି ସହ ଅନ୍ୟ କେତେକ ଉପକାର କରିବ । ପ୍ରକୃତିର ପାଞ୍ଚ ତତ୍ତ୍ୱ ଦ୍ୱରା ଉଦ୍‌ବୁଦ୍ଧ ହୋଇ ସେ ଏକ ଟ୍ରାକ୍‌ ଉପରେ ଚାଲୁଥିବାର ଦେଖାଯାଇଛି। ଭିଡିଓ ସହ ସେ ସଂଯୋଗ କରିଥିବା ବାର୍ତ୍ତା କହୁଛି: ଯୋଗ ବ୍ୟତୀତ, ମୁଁ ପ୍ରକୃତିର ପଞ୍ଚତତ୍ତ୍ୱ ଦ୍ୱରା ପ୍ରେରିତ ଟ୍ରାକ୍‌ ଉପରେ ମଧ୍ୟ ଚାଲୁଛି। ଏହି ୫ ତତ୍ତ୍ୱ ହେଲା- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ। ଏହା ଖୁବ୍‌ ଫୂର୍ତ୍ତିଦାୟକ ଓ ଶୌର୍ଯ୍ୟକାରୀ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପୋଷ୍ଟ୍‌ କରାଯାଇଥିବା ଏହି ଭିଡିଓ ତାଙ୍କର ବ୍ୟାୟାମ କାର୍ଯ୍ୟକଳାପ ପ୍ରଦର୍ଶନ କରାଇବାର ପ୍ରତିଶ୍ରୁତି ରକ୍ଷା କରୁଛି। କୋହଲି ଦେଇଥିବା ଚାଲେଞ୍ଜ୍‌କୁ ସେ ଗ୍ରହଣ କରିଥିଲେ। କେବଳ ମୋଦି ନୁହନ୍ତି ନିଜ ପତ୍ନୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର୍‌ ଏମ୍‌ଏସ୍‌ ଧୋନିଙ୍କୁ ମଧ୍ୟ ସେ ଚାଲେଞ୍ଜ୍‌ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button