March 21, 2023

ମୀରଟ ଯିବାକୁ ରାହୁଲ-ପ୍ରିୟଙ୍କାଙ୍କୁ ଛାଡ଼ିଲେନି ପୋଲିସ୍‌

1 min read
UP-Police-Stopped-Rahul-Gandhi-Aajira-Odisha

ଆଓରି-ନୂଆଦିଲ୍ଲୀ(୨୪/୧୨) : ମୀରଟ ଯିବାକୁ ଭାଇ, ଭଉଣୀଙ୍କୁ ରୋକିଲା ପୋଲିସ୍‌ । ୧୪୪ ଧାରା ଭାଙ୍ଗି ପୀଡିତଙ୍କ ପରିବାରଙ୍କୁ ସାକ୍ଷାତ ଉଦ୍ଦେଶ୍ୟରେ ଅଗ୍ରସର ହୋଇଥିଲେ ରାହୁଲ-ପ୍ରିୟଙ୍କା । ସିଏଏ ବିରୋଧୀ ପ୍ରଦର୍ଶନରେ ପ୍ରାଣ ହରାଇଥିବା ମୀରଟର ପୀଡ଼ିତ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଅଧା ରାସ୍ତାରୁ ଫେରିବାକୁ ପଡ଼ିଛି। ପୋଲିସ୍‌ ସେମାନଙ୍କୁ ମୀରଟରେ ପ୍ରବେଶ  କରାଇ ଦେଇନାହିଁ। ଆଜି ମଧ୍ୟାହ୍ନରେ ମୀରଟର ଲିସାଡି ଗେଟ ଯିବା ପୂର୍ବରୁ ଉଭୟ ପ୍ରିୟଙ୍କା ସହ ରାହୁଲଙ୍କୁ ପୋଲିସ୍‌ ଦିଲ୍ଲୀ ରୋଡ ସ୍ଥିତ ପରତାପୁର ଥାନା ନିକଟରେ ଅଟକାଇ ଦେଇଥିଲେ ।

ମୀରଟରେ ଧାରା ୧୪୪ ଲାଗିଥିବାରୁ ପୋଲିସ୍‌ ସେମାନଙ୍କୁ ଯିବାକୁ ଅନୁମତି ଦେଇ ନଥିଲା। ପ୍ରିୟଙ୍କା ଓ ରାହୁଲ ୧୪୪ ଧାରା ଭାଙ୍ଗିବେ ନାହିଁ କିମ୍ବା ୩ରୁ ଅଧିକ ଲୋକ ଏକାଠି ଯାତ୍ରା କରିବେ ନାହିଁ ବୋଲି ପୋଲିସ୍‌କୁ ପ୍ରତିଶ୍ରୁତି ଦେଇଥିଲେ। ତଥାପି ପୋଲିସ ସେମାନଙ୍କୁ ମୀରଟ ଯିବାକୁ ଦେଇନାହିଁ। ଏହାକୁ ନେଇ ପୋଲିସ୍ ଓ ପ୍ରିୟଙ୍କା-ରାହୁଲଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା । ପରେ ଫୋନ ଯୋଗେ ଆନ୍ଦୋଳନରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କ  ସହ କଥା ହୋଇ ଅଧାରାସ୍ତାରୁ ଫେରିଥିଲେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.