ଜାତୀୟ

ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନର ଅଧିକାରୀ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୦୯/୦୬) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଯାଇଛି ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ । ଏହି ସମ୍ମାନ ପାଇବା ପରେ ମୋଦି କହିଛନ୍ତି ଯେ, ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦ୍ଦିନ୍’ ପାଇବା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ସୋଲିହ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ କ୍ଷେତ୍ରରେ ମାଳଦ୍ୱୀପ ଭାରତ ସହ ରହି ଆସିଛି । ଆଗକୁ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହେବ । ମାଲଦ୍ୱୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମାଳଦ୍ୱୀପରେ ରୁପେ କାର୍ଡ କିଭଳି ଗ୍ରହହଣୀୟ ହେବ ସେ ଦିଗରେ ପଦକ୍ଷେପ ନିଆଯିବ । ଏହା ସହ ମାଲଦ୍ୱୀପର ସାମରିକ ସୁରକ୍ଷା ଆହୁରି ମଜଭୁତ୍‌ କରିବା ଦିଗରେ ମଧ୍ୟ ଭାରତ ସହଯୋଗ କରିବ ବୋଲି ମୋଦି କହିଛନ୍ତି ।

ନରେନ୍ଦ୍ର ମୋଦି ପୁର୍ନବାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ବିଦେଶ ଯାତ୍ରାରେ ମାଳଦ୍ଵୀପ ଯାଇଛନ୍ତି । ଏଠାରେ ପିଏମ୍‌ ମୋଦିଙ୍କୁ ପାରମ୍ପରିକ ଶୈଳୀରେ ଭବ୍ୟ ସ୍ଵାଗତ କରାଯାଇଛି । ତାଙ୍କ ସମ୍ମାନରେ ମହିଳା ପାରମ୍ପରିକ ନୃତ୍ୟ ପରିବେଷଣ କରିଛନ୍ତି । ମାଳଦ୍ଵୀପର ରାଜଧାନୀ ମାଲେରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଛି । ଏହି ଅବସରରେ ମାଳଦ୍ଵୀପର ରାଷ୍ଟ୍ରପତି ମହମ୍ମଦ ସୋଲିହ ମଧ୍ୟ ଉପସ୍ଥିତ ଥିଲେ । ଗାର୍ଡ ଅଫ ଅନର ସମୟରେ ଭାରତର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଳଦ୍ଵୀପର ସର୍ବୋଚ୍ଚ ନାଗରିକ ସମ୍ମାନ ‘ନିଶାନ ଇଜୁଦ୍ଦୀନ’ରେ ସମ୍ମାନିତ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button