ଜାତୀୟ

ମାଲକାନଗିରିରେ ୧୨ଜଣ ମାଓବାଦୀ ଗିରଫ

ଗତ ବୁଧବାର (୨୭। ଡିସେମ୍ବର) ମାଲକାନଗିରି ଜିଲ୍ଲା ପୋଲିସ ୧୨ଜଣ ମାଓବାଦୀଙ୍କୁ ଗିରଫ କରିଛି । ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି ଯେ ଏମାନେ ଜିଲାର ମାଓବାଦୀ ପ୍ରବଣ ପଡ଼ିଆ, ମାଥିଲି, ମହୁପଦର, ଚିତ୍ରକୋଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି। ଗିରଫ ମାଓବାଦୀମାନେ ବିଭିନ୍ନ ସମୟରେ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବା ଯଥା ଡମ୍ବୁରୁ ହନ୍ତାଳ, ସାଧୁ ଖେମୁଡ଼ୁ, ମୂୟା କବାସୀଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ହତ୍ୟାକରିଥିବା, ରାସ୍ତାକାର୍ଯ୍ୟକୁ ବିରୋଧ କରି ବିଭିନ୍ନ ଗାଡ଼ି ପୋଡିଥିବା ସନ୍ଦେହ କରାଯାଉଛି। ଏମାନଙ୍କ ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରହିଥିବାରୁ ସେମାନଙ୍କର ନାମ ଏବଂ ସବିଶେଷ ତଥ୍ୟ ଗୋପନ ରଖାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button