ସ୍ୱାସ୍ଥ୍ୟ

ମାନସିକ ଚାପରୁ ଦୂରେଇ ରହିବା ପାଇଁ ସଙ୍ଗୀତ ଚିକିତ୍ସା

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ମାନସିକ ଚିନ୍ତାଧାରା ଦ୍ୱାରା ଆମେ ଶୀଘ୍ର ଥକିଯାଉ। ବେଳେ ବେଳେ କିଛି କାରଣରୁ ଆମେ ଶରୀର ଉପରେ ଧ୍ୟାନ ଦେଇ ନ ଥାଉ। ଏହାର ପରିଣାମ ସ୍ୱରୂପ ଆମେ ମାନସିକ ରୋଗରେ ଆକ୍ରାନ୍ତ ହୋଇଯାଉ। ମାନସିକ ଶାନ୍ତି ପାଇଁ ଆମେ ନିର୍ଦ୍ଧାରିତ ସମୟରେ ବିଶ୍ରାମ ନେବା ଉଚିତ। ଅଧିକ ଚିନ୍ତା କଲେ ଶରୀରରେ ଅନେକ ପ୍ରକାର କୁପ୍ରଭାବ ପଡିଥାଏ। ଅନେକ ପ୍ରକାର ଦୁଃଶ୍ଚିନ୍ତା ମନକୁ ଆସିଥାଏ।

ସଙ୍ଗୀତ ଦ୍ୱାରା ଏହାର ଚିକିତ୍ସା କରାଯାଇପାରିବ। ସଙ୍ଗୀତର ସକାରାତ୍ମକ ପ୍ରଭାବ ଆମ ଉପରେ ପଡିଥାଏ। ମାନସିକସ୍ତରରେ ଭାରାକ୍ରାନ୍ତ ବ୍ୟକ୍ତି ସଙ୍ଗୀତ ଶୁଣିବା ଦ୍ୱାରା କିଛି ମାତ୍ରାରେ ଆଶ୍ୱସ୍ତି ପାଇଥାଏ। ଏହାଦ୍ୱାରା ଶରୀରରେ ଏକପ୍ରକାର ଉର୍ଜା ସୃଷ୍ଟି ହୋଇଥାଏ। ସେହି ଉର୍ଜା ମସ୍ତିଷ୍କ ନିକଟରେ ପହଞ୍ଚି ମାନସିକ ଶାନ୍ତି ଦେଇଥାଏ।

କିଛି ମନୋବିଜ୍ଞାନୀଙ୍କ ସୂଚନା ଅନୁଯାୟୀ ଅବସାଦ,ବିଷାଦଗ୍ରସ୍ତ ବ୍ୟକ୍ତିମାନେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବା ଦ୍ୱାରା କିଛି ମାତ୍ରାରେ ଉପଶମ ପାଇ ପାରୁଛନ୍ତି। କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ କରିବା ଦ୍ୱାରା ଆମେ ଶୀଘ୍ର ଥକି ପଡ଼ିତାଉ, ତେଣୁ ଏହାଦ୍ୱାରା ମସ୍ତିଷ୍କ ଉପରେ ଚାପ ପଡିଥାଏ। ସେଥିରୁ ଆଶ୍ୱସ୍ତି ପାଇବା ପାଇଁ ନିରୋଳାରେ ଗୋଟିଏ ସ୍ଥାନରେ ବସି ଶାନ୍ତ ପରିବେଶରେ ସଙ୍ଗୀତ ଶୁଣିବା ଉଚିତ। ଏପରି କରିବା ଦ୍ୱାରା ଚାପର ମାତ୍ରା କମିଯାଇଥାଏ।

ଯେଉଁ ବ୍ୟକ୍ତିମାନେ ଛୋଟ କଥାରେ ଖୁବ୍‍ଶୀଘ୍ର ରାଗି ଯାଆନ୍ତି ସେମାନେ ମଧ୍ୟ ସଙ୍ଗୀତ ଶୁଣିବା ଦ୍ୱାରା ନିଜ ପ୍ରକୃତିରେ ପରିବର୍ତ୍ତନ ଆଣିପାରିବେ। ମାନସିକ ସମସ୍ୟା ଓ ଉତ୍ତମ ନିଦ୍ରା ପାଇଁ ଆମେ ଅନେକ ଔଷଧ ସେବନ କରିଥାଉ ତଥାପି କୌଣସି ସୁଫଳ ମିଳି ନଥାଏ। ଏପରି ସମସ୍ୟାରେ ଆମେ ମଧୁର ସଙ୍ଗୀତ ଶୁଣି ପାରିବା। କିଛି ଦିନ ଏଭଳି ସଙ୍ଗୀତ ଶୁଣିବା ପରେ ତାହାର ସୁଫଳ ଜଣାପଡ଼ିବ।

Related Articles

Leave a Reply

Your email address will not be published. Required fields are marked *

Back to top button