ବିଶେଷ

ମନୁଷ୍ୟ ତ୍ୱଚା ବାସ୍ନାକୁ ମନେ ରଖେ ମଶା

ଆଜିର ଓଡିଶା (ତା୭|୪)– ମଶା ମନୁଷ୍ୟ ତ୍ୱଚାର ବାସ୍ନାକୁ ରଖେ। ସେଥି ପାଇଁ ବାରମ୍ବାର ମଶା ଏକ ନିଦ୍ଦିଷ୍ଟ ବ୍ୟକ୍ତିଙ୍କୁ ହିଁ କାମୁଡ଼ି ଥାନ୍ତି। ଏହି ବାସ୍ନାକୁ ଗୋଟିଏ ମଶା ପାଖରୁ ଅନ୍ୟ ମାନମାନଙ୍କ ନିକଟକୁ ସ୍ଥାନାନ୍ତର ହୋଇଥାଏ। ଏହା ସହିତ ମଶା ଘଉଡେଇବା ପାଇଁ ବ୍ୟବହୃତ ହେଉଥିବା ପ୍ରଣାଳୀକୁ ମଧ୍ୟ ମଶା ମନେ ରଖିଥାନ୍ତି। ତେଣୁ ସେମାନଙ୍କୁ ଘଉଡେଇବା ପାଇଁ ଏକା ପ୍ରକାର ପଦ୍ଧତି ଅବଲମ୍ବନ କଲେ ତାହା ମଶା ଜାଣିପାରନ୍ତି ଏବଂ ସହଜରେ ଜୀବନ ରକ୍ଷା କରିଥାନ୍ତି ବୋଲି ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। କାହିଁକି କେତେକ ନିଦ୍ଦିଷ୍ଟ ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡିଥାନ୍ତି ସେନେଇ ଗବେଷକ ଏକ ଅଧ୍ୟୟନ କରିଥିଲେ। ସେମାନେ ମଶାର ମସ୍ତିଷ୍କ ଯାଞ୍ଚ୍‌ କରିଥିଲେ। ସେଥିରେ ଡୋପାମାଇନ୍‌ ଥିବାର ସନ୍ଧାନ ମିଳିଥିଲା। ଏହା ସହିତ ମଶା ମସ୍ତିଷ୍କରେ ଟ୍ରାୟୋସାଇନ୍‌ ହାଡ୍ରୋକ୍ସାଲେଜ୍‌ ଯୌଗିକ ରହିଥିବାର ଜଣାପଡିଥିଲା। ଏସବୁ ଯୌଗିକ ବିଭିନ୍ନ ଗନ୍ଧକୁ ମଶା ମସ୍ତିଷ୍କ କୋଷିକାରେ ସଂରକ୍ଷିତ ରଖିବାକୁ ସକ୍ଷମ ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ପୂର୍ବରୁ ଜଣାପଡିଥିଲା, କୁକୁର ଓ ଅନ୍ୟ କେତେକ ଗୃହପାଳିତ ପଶୁପକ୍ଷୀ ଅନେକ ଦିନପରେ ମଧ୍ୟ ସେମାନଙ୍କର ମାଲିକଙ୍କୁ ଜାଣିପାରନ୍ତି। ସେମାନଙ୍କ ପାଖକୁ ଆସି ଦେହରେ ଘସି ହୁଅନ୍ତି। ଏସବୁ ପ୍ରାଣୀ ମାଲିକଙ୍କ ତ୍ୱଚାର ବାସ୍ନାକୁ ଜୀବନସାରା ମନେ ରଖି ପାରିଥାନ୍ତି। ତେବେ ମଶା ଭଳି କେତେକ କୀଟ ପତଙ୍ଗ ମଧ୍ୟ ବିଭିନ୍ନ ବାସ୍ନା ଓ ଶତ୍ରୁଙ୍କୁ ମନେ ରଖିପାରିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button