ବାଣିଜ୍ୟ

ଭୁବନେଶ୍ୱରରେ ଖୋଲିବ ୨୬ଟି ଚିଲିକା ଫ୍ରେସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ବାସ କରୁଥିବା ଲୋକଙ୍କୁ ଫ୍ରେସ୍‌ ମଧୁର ଓ ସମୁଦ୍ର ମାଛ ଯୋଗାଇବା ଲକ୍ଷ୍ୟରେ ୨୬ଟି ଅତ୍ୟାଧୁନିକ ଚିଲିକା ଫ୍ରେସ୍‌ (ମାଛ ବିକ୍ରୟ କେନ୍ଦ୍ର) ଖୋଲିବ। ଏଥିପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଫିସ୍‌ଫେଡ୍‌ ଓ ଫାଲ୍‌କନ୍‌ ମେରାଇନ୍‌ ଏକ୍ସପୋର୍ଟସ୍‌ ଲିମିଟେଡ୍‌ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏହି ଚିକ୍ତିନାମା ୧୫ ବର୍ଷ ପାଇଁ କରାଯାଇଛି।

ଫାଲ୍‌କଲନ୍‌ କର୍ତ୍ତୃପପକ୍ଷ ଏଥିପାଇଁ ବର୍ଷକୁ ରାଜ୍ୟ ସରକାରଙ୍କୁ ୬୧.୯୨ ଲକ୍ଷ ଟଙ୍କା ପ୍ରଦାନ କରିବେ। ଏହାଛଡ଼ ପ୍ରତିବର୍ଷ ଲିଜ୍‌ ଅବଧି ୬ ପ୍ରତିଶତ ବୃଦ୍ଧି କରାଯିବ ବୋଲି ଚୁକ୍ତିରେ ସର୍ତ୍ତ ରହିଛି।

ରାଜ୍ୟରେ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହନ କରିବା ପାଇଁ ମହାକାଳପଡା ଅଞ୍ଚଳରେ ୧୦୦୦ ଏକରରେ ପ୍ରାୟ ୪୦୦ ପୋଖରୀରେ ଚିଙ୍ଗୁଡ଼ି ଚାଷ କରିବ ଫାଲକନ୍‌ ମେରାଇନ୍‌ ଏକ୍ସପୋର୍ଟସ୍‌ ଲିମିଟେଡ୍‌।

ରାଜ୍ୟ ସରକାର ୧୫ ବର୍ଷରେ ଲିଜ୍‌ ବାବଦକୁ ପ୍ରାୟ ୧୩ କୋଟି ଟଙ୍କା ପାଇବେ। ଅନ୍ୟପକ୍ଷରେ ୨୫୦୦ ମେଟ୍ରିକ୍‌ ଟନ୍‌ ଚିଙ୍ଗୁଡ଼ି ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, “ଖୁବ୍‌ଶୀଘ୍ର ଆହୁରି ଚିଲିକା ଫ୍ରେସ୍‌ ଖୋଲିବ। ଏହାଦ୍ୱାରା ଲୋକଙ୍କୁ ପ୍ରେସ୍‌ ମାଛ ଯୋଗାଇ ଦେଇହେବ।”

ଫାଲକନ୍‌ ମେରାଇନ୍‌ ଏକ୍ସପୋର୍ଟସ୍‌ ଅଧ୍ୟକ୍ଷ ତାରା ପଟ୍ଟନାୟକ କହିଛନ୍ତି, “୬ ମାସ ମଧ୍ୟରେ ଆହୁରି ମତ୍ସ୍ୟ ବିକ୍ରୟ କେନ୍ଦ୍ର ଖୋଲିବୁ। ମାଛ ଚାଷୀଙ୍କୁ ସ୍ୱାବଲମ୍ୱୀ କରିବାକୁ ଉଦ୍ୟମ କରିବା ସହିତ ଗ୍ରାହକଙ୍କୁ ଉଚିତ୍‌ ମୂଲ୍ୟରେ ମାଛ ଦେବୁ।”

Related Articles

Leave a Reply

Your email address will not be published. Required fields are marked *

Back to top button