ଆନ୍ତର୍ଜାତୀୟରାଜନୀତି

ଭାରତ-ଚୀନ ପରସ୍ପରଠୁ କେବେ ମଧ୍ୟ ଅଲଗା ହେବେ ନାହିଁ

 ଆ.ଓ.ରି.ଦିଲ୍ଲୀ (ତା ୭/୬)ପେଚଇିଙ୍ଗ,ଯୁଦ୍ଧର ଅନେକ ଦଶନ୍ଧି ପରେ ଡୋକଲାମ ପରି ଘଟଣା, ଅନେକ ମାମଲାରେ ବାଧା ଦେବା ଏବଂ ସୀମା ବିବାଦ କାରଣରୁ ସଂପର୍କରେ କିଛିଟା ତିକ୍ତତା ସୃଷ୍ଟି ହୋଇଥିଲେ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ସଂପର୍କ କ୍ରମାଗତ ମଜବୁତ ହୋଇ ଚାଲିଛି। ଏହି କ୍ରମରେ ଚୀନରେ ଭାରତ ରାଷ୍ଟ୍ରଦୂତ ଦୁଇ ଦେଶର ସଂପର୍କକୁ ନେଇ ମହତ୍ଵପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ଯେ ଏହା ନିଶ୍ଚିତ ଯେ ଭାରତ ଓ ଚୀନ ମଧ୍ୟରେ  କିଛି ମତଭେଦ ରହିଛି ମାତ୍ର ବିକାଶର ପଥରେ ଉଭୟ ଦେଶ କେବେ ମଧ୍ୟ ପରସ୍ପରଠୁ ଅଲଗା ହେବେ ନାହିଁ। ସମ୍ବନ୍ଧରେ ଏହି ପ୍ରକାରର ପ୍ରୟାସ ବୋଧହୁଏ ସୀମାରେ ଉତ୍ତେଜନା ସୃଷ୍ଟି ହେଲେ ମଧ୍ୟ  ଦୁଇ ଦେଶର ସେନା ଶାନ୍ତିପୂର୍ବକ ସମାଧାନ ପାଇଁ ଉଦ୍ୟମ କରିଛନ୍ତି।

ଚୀନରେ ଭାରତର ରାଷ୍ଟ୍ରଦୂତ ଗୌତମ ବମ୍ବାଓ୍ଵଲେ ବୁଧବାର କହିଛନ୍ତି ଯେ  ଭାରତ ଓ ଚୀନ ନିଜର  ମତଭେଦ ପରେ ମଧ୍ୟ ଏହା ସୁଚିଶ୍ଚିତ କରିବେ ଯେ ଦୁଇ ଦେଶ ଏକାଠି ହୋଇ କ୍ରମାଗତ ପ୍ରଗତି ଓ ସମୃଦ୍ଧି ପାଇଁ କାମ କରିବେ। ଭାରତୀୟ ରାଷ୍ଟ୍ରଦୂତଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେବେ କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓ ଚୀନ ରାଷ୍ଟ୍ରପତି ସି ଜିନଫିଙ୍ଗଙ୍କ ସାଙ୍ଘାଇ ସହଯୋଗ ସମ୍ମିଳନୀ ପରେ ଦ୍ଵିପାକ୍ଷିକ ଆଲୋଚନା କରିବେ।

ଏକ ମାସ ପରେ ପୁଣି ଥରେ ମୋଦୀ-ସି

ଚୀନର ସରକାରୀ ଟେଲିଭିଜନ(ସିସିଟିଭି)କୁ ଦେଇଥିବା ସାକ୍ଷାତକାରେ ବମ୍ବାଓ୍ଵଲେ  କହିଛନ୍ତି ଯେ ଭାରତ ଓ  ଚୀନ ବିକାଶ ପଥରେ ପରସ୍ପରଠୁ କେବେ ମଧ୍ୟ ଅଲଗା ହେବେ ନାହିଁ। ଏଠାରେ କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦୀ ଚୀନର କିଙ୍ଗଦାଓରେ  ଜୁନ ୯-୧୦ରେ ହେବାକୁ ଥିବା ଏସଜିଓ ସମ୍ମିଳନୀରେ ସାମିଲ ହେବେ। ଉହାନରେ ଚୀନୀ ରାଷ୍ଟ୍ରପତିଙ୍କ ସହ ଅନୌପଚାରିକ ବୈଠକର ଏକ ମାସ ପରେ ପୁଣି ଥରେ ଦୁଇ ନେତା ଭେଟିବାକୁ ଯାଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button