Uncategorized

ବର୍ଷା ଋତୁରେ ରୁହନ୍ତୁ ସତର୍କ

ପନିପରିବାରେ ପୋକ ହେବା ଏକ ସାଧାରଣ କଥା। ତେବେ ବର୍ଷାଋତୁରେ ଏହି ପୋକଜେକ ଅଧିକ ପରିମାଣରେ ହୋଇଥାନ୍ତି। ଏଣୁ ସତର୍କତା ଅବଲମ୍ବନ କରି ରୋ​‌ଷେଇ କରିବା ଉଚିତ। ଶାଗ, ଫୁଲକୋବି, ବନ୍ଧାକୋବି ଅବା ଅନ୍ୟାନ୍ୟ ପ୍ରକାର ପରିବା, ଏସବୁକୁ ଭଲଭାବେ ଧୋଇବା ସହ ନଖ ଉଷୁମ ପାଣିରେ ଲୁଣ ଓ ହଳଦୀ ମିଶାଇ ସେଥିରେ ପରିବା କିଛି ସମୟ ରଖନ୍ତୁ। ଏପରି କଲେ ସେଥିରୁ ପୋକଜୋକ ମରିଯାଇଥାନ୍ତି।

ଭଲଭାବେ ପରିବାକୁ ପରିଷ୍କାର ନ କରି ଖାଇଲେ ପେଟ ସଂକ୍ରମଣ ହେବା ସହ ଅନ୍ୟାନ୍ୟ ରୋଗ ହେବାର ଭୟ ବଢ଼ିଥାଏ।
ସବୁଜ ରଙ୍ଗର ପୋକ ଆଖିକୁ ମଧ୍ୟ ଦେଖାଯାଏ ନାହିଁ। ଏଣୁ ପରିବା ସବୁକୁ ଦିନବେଳା ହିଁ କାଟି ପରିଷ୍କାର କରି ଫ୍ରିଜ୍‌ରେ ରଖିନେବା ଉଚିତ।
ରାତି ସମୟରେ ପରିବା କଟାକଟି କରୁଥିଲେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ନଚେତ୍ ତାହାକୁ ରାନ୍ଧି ଖାଇଲେ ତାହା ପେଟରେ ବିଷାକ୍ତ ହେବାର ଆଶଙ୍କା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button