କଳା ଓ ସଂସ୍କୃତି

ବରୁଣେଇ ଠାରେ ହେବ ପାଇକ ବିଦ୍ରୋହ ସ୍ଥାୟୀ ସ୍ମାରକୀ

ନୂଆଦିଲ୍ଲୀ (ଆଓରି)୧୬-୩ : ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତୀ ଅବସରରେ ଖୋର୍ଧା ଜିଲ୍ଲା ବରୁଣେଇ ପାହାଡ଼ ତଳେ ପାଇକ ବିଦ୍ରୋହ ସ୍ଥାୟୀ ସ୍ମାରକୀ ପ୍ରତିଷ୍ଠା ହେବ। ଏଥିପାଇଁ ୫୦ ଏକର ଜମି ଯୋଗାଇ ଦେବା ଲାଗି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ . ମହେଶ ଶର୍ମା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ମନ୍ତ୍ରୀ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଐତିହାସିକ ଦୃଷ୍ଟିରୁ ପାଇକ ବିଦ୍ରୋହ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାହାର ଏକ ଚେୟାର କୌଣସି ଏକ ବିଶ୍ୱବିଦ୍ୟାଳୟରେ କରିବାକୁ ନିଷ୍ପତ୍ତି ହୋଇଛି। ଦୀର୍ଘଦିନ ଧରି ଏହି ଚେୟାର ଚାଲୁ ରଖିବା ପାଇଁ କେନ୍ଦ୍ର ସରକାର କର୍ପସ ଫଣ୍ଡ୍ ବ୍ୟବସ୍ଥା କରିବେ, ଯାହା ସୁଧରେ ଏହି ଚେୟାର ଖର୍ଚ୍ଚ ଚାଲିପାରିବ। ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ହୋଇଥିବାରୁ ସେଠାରେ ଚେୟାର ପ୍ରତିଷ୍ଠା କରି ପାଇକ ବିଦ୍ରୋହ ଉପରେ ଅନୁସନ୍ଧାନ ଗବେଷଣା ଆଦି କରାଯିବ। ଏହି ଚେୟାର ଖୋଲିବା ଲାଗି ବିଧିବଦ୍ଧ ପ୍ରସ୍ତାବ ଦେବାକୁ ଶ୍ରୀ ଶର୍ମା କୁଳପତିଙ୍କୁ ପରାମର୍ଶ ଦେଇଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button