April 19, 2024

ଫୋନି ପ୍ରଭାବରେ ଅବହେଳିତ କେନ୍ଦ୍ରାପଡା ବାସୀ

1 min read

ଆଓରି-ଭୁବନେଶ୍ଵର(୦୩/୦୫) : ଫୋନି ପ୍ରଭାବରେ କେନ୍ଦ୍ରାପଡ଼ାବାସୀ ବେହାଲ । ଲୋକଙ୍କୁ ମିଳିପାରିନି ବାତ୍ୟା ଆଶ୍ରୟସ୍ଥଳୀ । ଏବେ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇନି । ବାତ୍ୟା ଭୟରେ ଲୋକ ଡଙ୍ଗା ବ୍ୟବହାର କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି । ଅନେକ ସମୟ ଧରି ଏହି ପ୍ରକ୍ରିୟା ଚାଲିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ନଜର ପଡ଼ିପାରି ନାହିଁ । ଫଳରେ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହ ବହୁ କଷ୍ଟରେ ବୃଦ୍ଧ ବୃଦ୍ଧାଙ୍କୁ ଡଙ୍ଗାରେ ନେଇ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ।

ରାଜ୍ୟ ସରକାର ଫୋନିର ମୁକାବିଲା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା କହୁଥିଲେ ମଧ୍ୟ କେନ୍ଦ୍ରାପଡ଼ାରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି । ଜମ୍ବୁ ଦୀପରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତକାଲିଠାରୁ ଡଙ୍ଗା ବନ୍ଦ ରହିଥିଲା । ଏହା ସହ ପ୍ରଶାସନ ସେମାନଙ୍କ ପାଇଁ କ’ଣ ସବୁ ବ୍ୟବସ୍ଥା କରିଛି ସେନେଇ ଲୋକଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.