May 21, 2023

ଫକୀରମୋହନ ସେନାପତିଙ୍କ ପ୍ରତି ଅମର୍ଯ୍ୟାଦା : ଜନ୍ମଦିବସରେ ଫୁଲମାଳ ଟିଏ ଦିଆଗଲାନି ପ୍ରତିମୂର୍ତିରେ

1 min read

ଆଓରି-ବାଲେଶ୍ଵର(୧୫/୬): ଓଡ଼ିଆ ଜାତିର ଆଦ୍ୟ ସ୍ମରଣୀୟ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ଆଜି ପୂଣ୍ୟ ତିଥି। ଏହି ସଂକ୍ରାନ୍ତୀ ପୁରୁଷଙ୍କ ଅମରି ଲେଖନୀ ଚାଳନା ଯୋଗୁଁ ଆଜି ଓଡ଼ିଆ ଭାଷା ତାର ଅସ୍ତତ୍ୱ ଜାହିର କରି ପାରିଛି। ମାତ୍ର ଏହା ଏକ ବିଡ଼ମ୍ବନା ଯେ ପୂଜ୍ୟପୂଜାର ମହାନସଂସ୍କୃତିର ଦାୟାଦ ହୋଇ ମଧ୍ୟ ଆମେ ସେହି ପୂଣ୍ୟଶ୍ଳୋକ ଫକୀରମୋହନ ସେନାପତିଙ୍କୁ ଅମର୍ଯ୍ୟାଦା କରିଛନ୍ତି।
ବାଲେଶ୍ୱର ସହରର ଫକୀରମୋହନ ଗୋଲେଇ ଛକରେ ରହିଛି ଓଡ଼ିଆ ଭାଷା ସାହିତ୍ୟର ଭଗୀରଥ ସ୍ୱର୍ଗତ ଫକୀର ମୋହନ ସେନାପତିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି। ମାତ୍ର ଆଜି ତାଙ୍କ ପୁଣ୍ୟ ତିରୋଧାନ ଦିବସରେ ସେଠାରେ ଶ୍ରଦ୍ଧାଞ୍ଜଳି ଟିକେ ଜଣାଇବା ପାଇଁ କେହି ପହଞ୍ଚି ନାହାଁନ୍ତି। ନାଁ ଜିଲ୍ଲା ପ୍ରଶାସନ ନାଁ ସ୍ଥାନୀୟ ରାଜନେତା, ବୁଦ୍ଧିଜୀବୀ ବା ସ୍ୱେଛାସେବୀ ସଙ୍ଗଠନର କର୍ମକର୍ତ୍ତା , କାହାରି ପାଦ ପଡ଼ିନାହିଁ ଏଠାରେ। କେବେ ତାଙ୍କ ବେକରେ ପଡ଼ିଥିବା ଗେଣ୍ଡୁମାଳଟି ଶୁଖି ଯାଇଥିଲେ ମଧ୍ୟ ଆଜି  ସେହି ଶୁଖିଲା ଗେଣ୍ଡୁମାଳସେହିପରି ଭାବେ ପ୍ରତିମୂର୍ତ୍ତିର ବେକରେ ପଡ଼ିଛି। ଫୁଳମାଳଟିଏ ତ ଦୂରର କଥା, ଏହି ପ୍ରତିମୂର୍ତ୍ତିକୁ ସାମାନ୍ୟ ସଫା କରି ତାର ପରିବେଶକୁ ପରିଷ୍କାର ପରିଛନ୍ନ କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ଉଚିତ ମଣି ନାହିଁ। ପୂଜ୍ୟପୂଜା ପ୍ରତି ଏପ୍ରକାର ଉଦାସୀନ ମନୋଭାବ ନେଇ ବାଲେଶ୍ୱରରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.