ଜାତୀୟରାଜନୀତି

ପ୍ରଧାନମନ୍ତ୍ରୀଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିବାରୁ ବାପ ନାଁରେ କେସ୍ କରିଦେଲା ପୁଅ !ରାଜନୀତିରେ କେହି ନୁହେଁ କାହାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକ ତାଙ୍କୁ କେତେ ଭଲ ପାଉଛନ୍ତି ତାହା ଆପଣମାନଙ୍କୁ ବୋଧହୁଏ କିଛି କହିବାକୁ ପଡିବ ନାହିଁ । ସେହିପରି ମୋଦି ବିରୋଧୀ କିଛି ଲୋକ ମଧ୍ୟ ରହିଛନ୍ତି । ତେବେ ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି , ଯାହାକୁ ଜାଣି ଆପଣ ଏକପ୍ରକାରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।କାରଣ ଘଟଣାଟି ହିଁ ସେମିତି ଘଟିଛି ।ଦିଲ୍ଲୀ ନୋଇଡାରେ ଦେଖିବାକୁ ମିଳିଛି ଏକ ଫ୍ୟାମିଲି ଡ୍ରାମା ଆଉ ଏହି ଡ୍ରାମାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ନେଇ ଏକ ଘରେ ବାପ-ପୁଅ ମୁହାଁମୁହିଁ ହୋଇଯାଇଥିଲେ । ସୂଚନା ମୁତାବକ, ଏଠାରେ ଜଣେ ବାପା ଦେଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ ରେ ରାଗି ଯାଇ ପୁଅ ନିଜ ଜନ୍ମଦାତା ବିରୋଧରେ ହିଁ ଥାନାରେ ଅଭିଯୋଗ କରିଦେଇଥିଲା । ଏପରିକି ଏକ ମାମଲା ମଧ୍ୟ ରୁଜୁ କରିଛି । ଆଉ ପୁଲିସ ମଧ୍ୟ ପୁଅର ଅଭିଯୋଗକୁ ଭିର୍ତ୍ତି କରି ବାପାକୁ ଗିରଫ କରି ତଦନ୍ତ ଚଳାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button