ପ୍ରଥମ ଲୁକ୍ ଶେୟାର କଲେ ଅଭିନେତା ରଣବୀର ସିଂ
1 min read
ଆଓରି-ନୂଆଦିଲ୍ଲୀ(୩୧/୧୦) : ଅଭିନେତା ରଣବୀର ସିଂଙ୍କ ଆଗାମୀ ଚଳଚ୍ଚିତ୍ର ‘ତଖ୍ତ’ର କାମ ଅଧାଅଧି ଶେଷ ହୋଇଥିବାବେଳେ ଅନ୍ୟ ଏକ ଚଳଚ୍ଚିତ୍ର ‘ଜୟେଶ ଭାଇ ଜୋର୍ଦାର୍’ର କାମ ଆରମ୍ଭ ହେବାକୁ ଯାଉଛି। ଏଥିରେ ସେ ଜଣେ ଗୁଜୁରାଟୀ ଯୁବକ ଭୂମିକାରେ ଦେଖାଦେବେ। ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ରଣବୀର ଏହି ଚରିତ୍ରର ପ୍ରଥମ ଲୁକ୍ ଶେୟାର କରିଛନ୍ତି। ଏହାର ପ୍ରସ୍ତୁତି ମଧ୍ୟ ସେ ଆରମ୍ଭ କରିସାରିଛନ୍ତି। ଆଜିକାଲି ରଣବୀର ଅଧିକାଂଶ ସମୟ ନିଜ ଗୁଜୁରାଟୀ ବନ୍ଧୁଙ୍କ ସହ ଅତିବାହିତ କରୁଛନ୍ତି। ସେମାନଙ୍କ କଥାକହିବାର ଶୈଳୀ, ଖାଇବା-ପିଇବା ଇତ୍ୟାଦିକୁ ଭଲଭାବେ ସେ ନିରୀକ୍ଷଣ କରୁଥିବାର ଏକ ସାକ୍ଷାତକାର୍ରେ କହିଛନ୍ତି। ଏହାର ସୁଟିଂ ଜାନୁଆରୀ ପରେ ଆରମ୍ଭ ହେବାର ଯୋଜନା ରହିଛି। ନଭେମ୍ବର ଦ୍ଵିତୀୟ ସପ୍ତାହରୁ ସେ ପତ୍ନୀ ଦୀପିକାଙ୍କ ସହ ଲମ୍ବା ଛୁଟିରେ ଯିବେ। ନଭେମ୍ବର ୧୪ରେ ଦୁହେଁ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି। ଯଦିଓ ନିଜ ଗନ୍ତବ୍ୟସ୍ଥଳକୁ ରଣବୀର ଉନ୍ମୋଚନ କରିନାହାନ୍ତି, କିନ୍ତୁ ସେମାନେ ସୁଇଜରଲ୍ୟାଣ୍ଡ ଯିବାର ଯୋଜନା ଥିବାର ଶୁଣାଯାଉଛି।