ପୁରୀ ଜଗନ୍ନାଥ ମନ୍ଦିର ରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ
1 min readପୁରୀ ଶ୍ରୀମନ୍ଦିର ଭିତରେ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସିଂହଦ୍ୱାର ପୋଲିସ୍ ଜଣେ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |
ଗତକାଲି ବ୍ରହ୍ମପୁର ରୁ ଜଣେ ଯୁବତୀ ତାଙ୍କର ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲା ବେଳେ ସନ୍ତୋଷ କର ନାମକ ଜଣେ ବ୍ରାହ୍ମଣ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ ବୋଲି ସେ ଥାନା ରେ ଅଭିଯୋଗ କରିଥିଲେ |ଅଭିଯୋଗ କୁ ଭିତ୍ତି କରି ସିଂହଦ୍ୱାର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |ଏହିଭଳି କାର୍ଯ୍ୟ କଳାପ ପାଇଁ କଠିନ ରୁ କଠିନ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଯୁବତୀ ଜଣଙ୍କ ପ୍ରକାଶ କରିଛନ୍ତି |