Uncategorized

ପୁଣି ଲଘୁଚାପ, ୩୦-୧ପର୍ଯ୍ୟନ୍ତ ବର୍ଷା ହୋଇପାରେ!

ଭୁବନେଶ୍ୱର: ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଏବଂ ଆଖପାଖ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ବୟାନ କରୁଛି ଯେ ଆସନ୍ତା ୩୦ ତାରିଖ ରାତିରୁ ଉପକୂଳବର୍ତ୍ତୀ ସ୍ଥାନଗୁଡ଼ିକରେ ଏହାର ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯିବ। ୧ ତାରିଖ ପର୍ଯ୍ୟନ୍ତ ବର୍ଷିବ। ତେବେ ଲଘୁଚାପର ଗତି, ପ୍ରଭାବ ସଂପର୍କିତ ରୂପରେଖ ଦିନେ ଦୁଇଦିନ ଭିତରେ ଆହୁରି ସ୍ପଷ୍ଟ ହେବ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ୩୦ ବେଳକୁ ଉପକୂଳରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କଟକ ଆଦି ଜିଲ୍ଲାରେ ଲଘୁଚାପ ବର୍ଷିବ। ଏହା ସହିତ ଦକ୍ଷିଣ ଉପକୂଳବର୍ତୀ ଗଂଜାମ, ମାଲକାନଗିରି, କୋରାପୁଟ, ପୁରୀ, ଖୋର୍ଧାର କିଛି ଅଂଶରେ ବି ବର୍ଷା ହୋଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button