ଜାତୀୟମନୋରଞ୍ଜନରାଜନୀତି

ପାକିସ୍ତାନରେ ନିର୍ବାଚନ ଲଢିବେ ଶାହାରୁଖ୍‌ ଖାନ୍‌ଙ୍କ ଭଉଣୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ଭଉଣୀ ଏବେ ପାକିସ୍ତାନରେ ନିର୍ବାଚନ ଲଢିବେ ବୋଲି ଜଣାଗଲାଣି। ସେ ହେଉଛନ୍ତି ଶାହାରୁଖ ଖାନ୍‌ଙ୍କ କକା ଝିଅ ଭଉଣୀ ନୁରଜହାଁ। ସେ ପାକିସ୍ତାନରେ ରହନ୍ତି। କିନ୍ତୁ ଶାହାରୁଖ୍‌ ଖାନଙ୍କ ସହିତ ନୁରଜାହାଁଙ୍କର ସଂପର୍କ ଅତି ନିବିଡ।
ମିଳିଥିବା ସୂଚନା ଅନୁଯାୟୀ ନୁରଜହାଁ ମହିଳା ସଶକ୍ତି କରଣ ପାଇଁ କାମ କରିବାକୁ ଚାହାଁନ୍ତି। ତା’ଛଡା ସେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପରେ ଅଧିକ ଧ୍ୟାନ ଦେବାକୁ ଚାହାଁନ୍ତି ବୋଲି କହିଛନ୍ତି ନୁରଜାହାଁ। ଶାହାରୁଖ୍‌ ଖାନ୍‌ ମଧ୍ୟ ତାଙ୍କ ସାକ୍ଷାତକାରରେ ଏକଥା ସ୍ୱୀକାର କରିଛନ୍ତି ତାଙ୍କ ପରିବାରର କେତେକ ସଦସ୍ୟ ପାକିସ୍ତାନର ପେଶାବରରେ ରହନ୍ତି।
ନୁରଜାହାଁଙ୍କ ଭାଇ ଜଣେ କାଉନସିଲର ଅଛନ୍ତି। ଏ ଦୃଷ୍ଟିରୁ ତାଙ୍କ ପରିବାର ରାଜନୀତି ସହ ଅନେକ ଦିନରୁ ଜଡିତ ବୋଲି ନୁରଜାହାଁ କହିଛନ୍ତି। ନୁରଜାହାଁ ଆଗାମୀ ସାଧାରଣ ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପେଶାବରରୁ ପ୍ରତିଦ୍ୱନ୍ଦ୍ୱିିତା କରିବାର ଲକ୍ଷ୍ୟ ରଖିଛନ୍ତି।ନୁରଜାହାଁ ଆଶା ରଖିଛନ୍ତି ଯେ ଲୋକେ ତାଙ୍କୁ ନିର୍ବାଚନରେ ସେଭଳି ସମର୍ଥନ ଦେବେ, ଠିକ୍‌ ଯେଉଁଭଳି ଶାହାରୁଖ୍‌ ଖାନଙ୍କୁ ସମର୍ଥନ ଦେଇଛନ୍ତି।
ଶାହାରୁଖ୍‌ ଖାନ୍‌ ସଂପ୍ରତି ‘ଜିରୋ’ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ସହିତ ଅଛନ୍ତି ଅନୁଷ୍କା ଶର୍ମା ଓ କାଟ୍ରିନା କୈଫ୍‌ । ନୁରଜାହାଁଙ୍କ ପାଇଁ ଶାହାରୁଖ୍‌ ପାକିସ୍ତାନରେ ନିର୍ବାଚନ ପ୍ରଚାର କରିବେ ବୋଲି ମଧ୍ୟ କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button