March 21, 2023

ନୂଆ କଂଗ୍ରେସ ଅଧ୍ୟକ୍ଷ ପଦବୀକୁ ନେଇ ମଧ୍ୟପ୍ରଦେଶ କଂଗ୍ରେସ ମଧ୍ୟରେ ଫାଟ

1 min read
Kamal-Nath-Jyotiraditya-Scindia

ଆଓରି-ନୂଆଦିଲ୍ଲୀ(୩୦/୦୮) : ମଧ୍ୟପ୍ରଦେଶରେ ନୂଆ କଂଗ୍ରେସ ଅଧ୍ୟକ୍ଷ ପଦବୀକୁ ନେଇ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଅଧ୍ୟକ୍ଷ ପଦବୀକୁ ନେଇ ବିବାଦ ଘନେଇବାରୁ ଦଳ ଦୁଇଭାଗ ହୋଇଯାଇଛି। କିଛି ଦଳୟୀ ସମର୍ଥନ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ଅଧ୍ୟକ୍ଷ କରିବାକୁ ଦାବି କରୁଥିବାବେଳେ ମୁଖ୍ୟମନ୍ତ୍ରୀ କମଲନାଥ ନିଜର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଏହି ପଦବୀ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ନେଇ ସିନ୍ଦିଆଙ୍କ ସମର୍ଥକ ଏବଂ କମଲନାଥଙ୍କ ମଧ୍ୟରେ ଟଣାଓଟରା ଲାଗିଛି। ଫଳରେ ମୁଖ୍ୟମନ୍ତ୍ରୀ କମଲନାଥ ଅଚାନକ ଦିଲ୍ଲୀ ଯାଇ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ପରେ କମଲନାଥ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ସହିତ ଆଲୋଚନା ଫଳପ୍ରଦ ହୋଇଛି। ଅନେକ ପ୍ରସଙ୍ଗ ଉପରେ କଥା ହୋଇଛୁ। କିନ୍ତୁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ସେ ଜଣାଇ ନାହାନ୍ତି।

ଅନ୍ୟପଟେ ସିନ୍ଦିଆଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ରଖିବାକୁ ଚକ୍ରାନ୍ତ ହେଉଥିବା ଅଭିଯୋଗ କରି ଦତିୟା ଜିଲା କଂଗ୍ରେସ ଅଧ୍ୟକ୍ଷ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ରଖାଯିବ, ତେବେ ସେ ତାଙ୍କ ୫୦୦ ସମର୍ଥକଙ୍କ ସହିତ ସମୂହ ଇସ୍ତଫା ଦେବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.