କଳା ଓ ସଂସ୍କୃତି

ନୂଆଦିଲ୍ଲୀ ରେ ଦେବସ୍ନାନ ପୁର୍ଣିମା

ଆଓରି-ନୂଆଦିଲ୍ଲୀ(୨୯/୬) : ଗତକାଲି ନୂଆଦିଲ୍ଲୀ ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରରେ  ଦେବସ୍ନାନ ପୁର୍ଣିମା ବହୁତ ଧୁମଧାମରେ ପାଳିତ ହୋଇଯାଇଛି। ରଥଯାତ୍ରାର ଆଦ୍ୟପର୍ବ  ଭାବେ ଶ୍ରୀଜୀଉମାନଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଗୁରୁବାର ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ  ସଂପନ୍ନ ହୋଇଛି। ୧୦୮ ଗରା ଜଳରେ ସ୍ନାନ ସାରି ମହାପ୍ରଭୁ  ସ୍ନାନ ମଣ୍ଡପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଗୁରୁବାର ସକାଳୁ ନିର୍ଘଣ୍ଟ ମୁତାବକ ସମସ୍ତ ନୀତି ଶେଷ ହୋଇଛି। ଶ୍ରୀଜୀଉଙ୍କର ସ୍ନାନଯାତ୍ରା ଦେଖିବାପାଇଁ ପ୍ରାୟତଃ ଶତାଧିକ ଶ୍ରଦ୍ଧାଳୁଙ୍କର ଭିଡ ଲାଗିରହିଥିଲା , ଅପରାହ୍ନ ରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା। ଶ୍ରୀ  ଜଗନ୍ନାଥ ୩୫, ବଡ଼ ଭାଇ ବଳଭଦ୍ର ୩୩, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନଙ୍କୁ ୧୮ ଗରା ସମେତ ମୋଟ ୧୦୮ ଗରା ଜଳ ଲାଗି ହୋଇଥିଲା। ପ୍ରଥମେ ସୁଦର୍ଶନ,ପରେ ବଳଭଦ୍ର, ସୁଭଦ୍ରା, ଶେଷରେ ଜଗନ୍ନାଥ ଧାଡ଼ି ପହଣ୍ଡି କରି ବାଦ୍ୟ ନାଦ ସହ ବିଜେ କରିଥିଲେ।  ଖୁଣ୍ଟିଆ ସେବକ ମାନଙ୍କ ମଣିମା ମଣିମା ଡାକ ରେ ଦିବ୍ୟ ମୟ ହୋଇଯାଇଥିଲା ସ୍ନାନ ମଣ୍ଡପ ।

Related Articles

Leave a Reply

Your email address will not be published. Required fields are marked *

Back to top button