ରାଜନୀତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପାଞ୍ଚ ଦିନିଆ ବିଦେଶ ଗସ୍ତରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଯାଇ ଭିଏତନାମରେ ପହଞ୍ଚିଛନ୍ତି। ଏହି ଗସ୍ତର ପ୍ରଥମ ପର୍ପ୍ୟାୟରେ ସେ ଭିଏତେନାମରେ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ। ୨୦୦୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଭିଏତେନାମ ଗସ୍ତରେ ଯାଇଛନ୍ତି।

ଦକ୍ଷିଣ ଚୀନ ସାଗରରେ ଚୀନର ପ୍ରଭାବକୁ ରୋକିବା ପାଇଁ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି। ଏହି ଗସ୍ତ ଅବସରରେ ସେ ଭିଏତେନାମର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କମ୍ୟୁନିଷ୍ଟ ପାର୍ଟିର ନେତାଙ୍କ ସହ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଭିଏତେନାମ ସହ ପ୍ରତିରକ୍ଷା, ବାଣିଜ୍ୟ ଓ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଦିଗରେ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

ଏହାପରେ ମୋଦି ଜି-୨୦ ବୈଠକରେ ଯୋଗଦେବା ପାଇଁ ଚୀନର ହାଙ୍ଗଝୁ ଯିବେ।

Related Articles

Leave a Reply

Your email address will not be published. Required fields are marked *

Back to top button