ନୂଆଦିଲ୍ଲୀରେ ମୃଦୁ ଭୂକମ୍ପ
1 min read
ନୂଆଦିଲ୍ଲୀ :
ଅାଜି ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୁକମ୍ପ ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୪.୧। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଖବର ଅନୁସାରେ ନୂଆଦିଲ୍ଲୀର କେତେକ ଅଞ୍ଚଳରେ ଭୂକମ୍ପର ଝଟ୍କା ଲାଗିବା ପରେ ଲୋକେ ଭୟଭୀତ ହୋଇ ବାହାରକୁ ଚାଲିଆସିଥିଲେ।