ଆନ୍ତର୍ଜାତୀୟ

ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର ପ୍ରାଞ୍ଜଳ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପ୍ରାଞ୍ଜଳ ପାଟିଲ୍‌ ଦେଶର ପ୍ରଥମ ମହିଳା ଦୃଷ୍ଟିହୀନ ଆଇଏଏସ୍‌ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ମେ’ ୨୮ ତାରିଖରେ ସେ ଏର୍ଣ୍ଣାକୁଲମ୍‌ର ନୂଆ ସହାୟକ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାଞ୍ଜଳ ୨୦୧୭ ୟୁପିଏସ୍‌ସି ପରୀକ୍ଷାରେ ୧୨୪ ସ୍ଥାନରେ ରହଥିଲେ। ମାତ୍ର ୮ ବର୍ଷ ବୟସରେ ପ୍ରାଞ୍ଜଳଙ୍କ ଦୁଇ ଆଖିର ଦୃଷ୍ଟିଶକ୍ତି ଚାଲି ଯାଇଥିଲା। ଛୋଟବେଳୁ ହିଁ ତାଙ୍କ ଆଖିର ଦୃଷ୍ଟିଶକ୍ତି କମ୍‌ ଥିବାରୁ ପାଠ ପଢିବାରେ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ଗୋଟିଏ ଥର ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା କିନ୍ତୁ ତାହା ବିଫଳ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button