ଜାତୀୟରାଜନୀତି

ଦେଶରେ ହେଉଥିଲା ଲୁଟ୍‌, ଚୁପ୍‌ ଥିଲା କଂଗ୍ରେସ ; ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୨୨/୦୧) : ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସଂସଦୀୟ କ୍ଷେତ୍ର ବାରଣାସୀରେ ଆୟୋଜିତ ୧୫ ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ  । ଏହି ଅବସରରେ ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନ୍ନଥ ମଧ୍ୟ ଉପସ୍ଥିତ ଥିଲେ` । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ସହ ମୋଦି କହିଛନ୍ତି, ‘ଆପଣମାନଙ୍କ ସହଯୋଗରେ ଗଲା ସାଢେ ୪ ବର୍ଷରେ ବିଶ୍ୱରେ ଭାରତ ନିଜର ସ୍ୱଭାବିକ୍‌ ସ୍ଥିତି ପାଇବାକୁ ଏକ ବଡ଼ ପଦକ୍ଷେପ ନେଇଛି । ଭାରତ ବଦଳି ପାରିବ ନାହିଁ ବୋଲି ପୂର୍ବରୁ ଲୋକମାନେ କହୁଥଲେ । ଆମେ ଏହି ଭାବନାକୁ ବଦଳାଇ ଦେଲୁ । ଆମେ ପରିବର୍ତ୍ତନ କରି ଦେଖାଇଲୁ  ।’

ଏହାସହ ମୋଦି ଆହୁରି ମଧ୍ୟ କହିଛନ୍ତି, ‘ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି । କେବଳ ସେତିକି ନୁହେଁ ଖେଳରେ ମଧ୍ୟ ଭାରତ ବିଶ୍ୱରେ ନିଜ ସ୍ଥିତି ଦୃଢ କରିଛି । ପୂର୍ବରୁ ଆମ ଦେଶର ଜଣେ ପ୍ରଧାନମନ୍ତ୍ରୀ ସତ୍ତାରେ ଥିବା ବେଳେ ସ୍ୱିକାର କରିଥିଲେ, ଦିଲ୍ଲୀରୁ ଯାଉଥିବା ଏକ ଟଙ୍କାର କେବଳ ୧୫ ପଇସା ଗରିବଙ୍କ ପାଖରେ ପହଞ୍ଚୁଛି ।  ସେ ଏହି ଲୁଟକୁ ରୋଗିବା ପାଇଁ କଛି ବି କରି ନଥିଲେ । ଏବେ ଏହି ଲୁଟକୁ ଖତମ କରିବା ସହ ୫ ଲକ୍ଷ ୮୦ ହଜାର କୋଟି ଟଙ୍କା ସିଧା ସଳଖ ଜନତାଙ୍କ ଖାତାକୁ ଦିଆଯାଇଛି ।’

ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାଁ ନନେଇ ମୋଦି କହିଛନ୍ତି, ‘ଆପଣମାନେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭ୍ରଷ୍ଟାଚାରକୁ ନେଇ ଦେଇଥିବା ମନ୍ତବ୍ୟ ବିଷୟରେ ଜାଣିଥିବେ । ସେ କହିଥିଲେ କେନ୍ଦ୍ର ସରକାର ଯେଉଁ ଟଙ୍କା ଦିଲ୍ଲୀରୁ ପଠାଉଥିଲେ, ସେଥିରୁ କେବଳ ୧୫ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁଥିଲା । ଏତେ ବର୍ଷ ପର୍ଯ୍ୟନ୍ତ ଯେଉଁ ପାର୍ଟି ଦେଶକୁ ଶାସନ କରୁଥିଲା , ସେ ଦେଶକୁ ଯେଉଁ ବ୍ୟବସ୍ଥା ଦେଇଥିଲା, ତାହାର ସତ୍ୟତାକୁ ସେ ମଧ୍ୟ ସ୍ୱିକାର କରିଥିଲେ । ତାପରେ ୧୦-୧୫ ବର୍ଷ ଶାସନରେ ରହିବା ପରେ ମଧ୍ୟ ଏହି ବ୍ୟବସ୍ଥାକୁ ନ ବଦଳାଇବା ନେଇ ଅବଶୋଷ ହେଉଛି । ଏହି ଲିକେଜ୍‌କୁ ବନ୍ଦ କରିବାକୁ ପ୍ରୟାସ କରାଯାଇ ନଥିଲା । ମଧ୍ୟବିତ୍ତ ପରିବାର ଟ୍ୟାକ୍ସ ସଚ୍ଚୋଟତାର ସହ ଦେଇ ଚାଲିଲେ ଅନ୍ୟପଟେ ଏହି ୮୫ ପ୍ରତିଶତଙ୍କ ଲୁଟକୁ ଦେଖି ମଧ୍ୟ ସେ ନିରବ ରହିଲେ ।’

ଆମେ ଟେକ୍ନୋଲୋଜିକୁ ବ୍ୟବହାର କରି ଏହି ୮୫ ପ୍ରତିଶତଙ୍କ ଳୁଟକୁ ୧୦୦ ପ୍ରତିଶତ ଶେଷ କଲୁ । ଏହି ସାଢେ ୪ ବର୍ଷରେ ସରକାର ପାଖାପାଖି ୮୦ ବିଲିୟନ ଡଲାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକାମାନଙ୍କୁ ସିଧାସଳଖ ଯୋଗାଇ ଦିଆଯାଇଛି ବୋଲି ମଧ୍ୟ ମୋଦି କହିଛନ୍ତି ।

ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନ୍ନଥ ସମାରୋହରେ ସମସ୍ତଙ୍କ ସ୍ୱାଗତ ହିନ୍ଦିରେ କଲେ । ଏହାସହ ସ୍କିଲ୍‌ ଇଣ୍ଡିଆ, ମେକ୍‌ ଇନ୍‌ ଇଣ୍ଡିଆ, ବେଟି ବଚାଓ ସହିତ ନରେନ୍ଦ ମୋଦି ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶ୍ଂସା କରିଛନ୍ତି ପ୍ରଧାନମନ୍ତ୍ରୀ ପ୍ରବିନ୍ଦ । ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ସୋଲାର ପ୍ଲାଣ୍ଟ ଚୁକ୍ତି ଏକ ଐତିହାସିକ ପଦକ୍ଷେପ ବୋଲି ମଧ୍ୟ କହିଛନ୍ତି ପ୍ରବିନ୍ଦ । ଏହାସହ ଆସନ୍ତା ମାସ ହରିୟାଣା ସରକାରଙ୍କ ସହାୟତାରେ ମରିସସ୍‌ରେ ହେବାକୁ ଯାଉଥିବା ଗୀତା ମହୋତ୍ସବ ପାଇଁ ସେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button