ଜାତୀୟମନୋରଞ୍ଜନ

ଦିଲ୍ଲୀ ଜନତା ଭାଙ୍ଗିଲେ ବିରାଟଙ୍କ କାନ!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଛୋଟ ଛୁଆ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ବିରାଟଙ୍କ ଲୁକ୍‌ ଏବଂ ଖେଳର ପ୍ରଶଂସକ । ବିଶ୍ୱ ଦରବାରରେ ବଢ଼ୁଥିବା ତାଙ୍କ ଲୋକପ୍ରିୟତାକୁ ନଜରରେ ରଖି ଗତକାଲି ରାଜଧାନୀ ଦିଲ୍ଲୀର ମାଡ଼ମ ତୁସାର ସଂଗ୍ରହାଳୟରେ ବିରଟଙ୍କ ମହମ ମୂର୍ତ୍ତି ସ୍ଥାପନ କରାଯାଇଛି । ବିରଟଙ୍କ ଏହି ମୂର୍ତ୍ତିକୁ ସକାଳେ ଉଦ୍‌ଘାଟନ କରାଯାଇଥିବା ବେଳେ ସନ୍ଧ୍ୟା ବେଳକୁ ଏହାର କାନ ଭାଙ୍ଗିଥିବା ଖବର ଆସିଛି। ବିରାଟଙ୍କ ସଦୃଶ୍ୟ ମୂର୍ତ୍ତି ପାଖରେ ତାଙ୍କ ଫ୍ୟାନ୍‌ ସେଲଫି ଉଠାଇବାକୁ ଚାଲି ଆସିଥିଲେ। ସଂଗ୍ରହାଳୟରେ ଏତେ ମାତ୍ରରେ ଭିଡ଼ ବଢ଼ିଥିଲା କି ତାହାକୁ ସମ୍ଭାଳିବା କଷ୍ଟକର ହୋଇ ପଡ଼ିଥିଲା।

ସଂଗ୍ରହାଳୟର ଜଣେ କର୍ମଚାରୀ କହିଛନ୍ତି , ସଂଗ୍ରହାଳୟରେ କୌଣସି ମୂର୍ତ୍ତି ଏପରି ଭାବେ କ୍ଷତିଗ୍ରସ୍ତ ହେବା ଘଟଣା ପ୍ରଥମ ଥର ପାଇଁ ଘଟିଛି। ବିରାଟଙ୍କ ମୂର୍ତ୍ତିକୁ ସକାଳେ ସ୍ଥାପନ କରିବା ସମୟରେ ସବୁକିଛି ଠିକ୍‌ ଥିଲା । କିନ୍ତୁ ଧିରେ ଧିରେ ସଂଗ୍ରହାଳୟରେ ଭିଡ଼ ବଢ଼ିବାରେ ଲାଗିଥିଲା। ବିରାଟଙ୍କ ପ୍ରଶଂସକମାନେ ତାଙ୍କ ମୂର୍ତ୍ତି ସହ ସେଲଫି ନେବା ପାଇଁ ସେଠାରେ ଗହଳି କରିଥିଲେ ଯାହା ଫଳରେ ମୂର୍ତ୍ତିର କାନଟି ଭାଙ୍ଗି ଯାଇଥିଲା। ତେବେ ଘଟଣା ସାମ୍ନାକୁ ଆସିବା ପରେ ତୁରନ୍ତ ତାଙ୍କ କାନକୁ ଠିକ୍‌ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button