ମନୋରଞ୍ଜନ
ଦଲେର ମେହନ୍ଦିଙ୍କୁ ୨ ବର୍ଷ ଜେଲ୍, ଜାମିନ ହେଲା ମଞ୍ଜୁର
![delar-mehendi](http://www.aajiraodisha.org/wp-content/uploads/2018/03/delar-mehendi.jpg)
ନୂଆଦିଲ୍ଲୀ (ଆଓରି) ୧୭-୩: ମାନବ ଚାଲାଣ ମାମଲାରେ ଆଜି ପଞ୍ଜାବର ପପ୍ ଗାୟକ ଦଲେର ମେହନ୍ଦି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପଞ୍ଜାବର ଏକ ଅଦାଲତ ୨୦୦୩ ମସିହାର ଏକ ମାମଲାରେ ଦଲେରଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ଦଣ୍ଡ ଶୁଣାଇଛନ୍ତି। ତେବେ ଦଣ୍ଡାଦେଶ ପରେ ଦଲେରଙ୍କୁ ଜାମିନ ମିଳିଛି। ଜାମିନ ମଞ୍ଜୁର ହୋଇଥିବାରୁ ଦଲେର ତାଙ୍କ ବିରୋଧରେ ଆସିଥିବା ରାୟକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବେ ବୋଲି ପ୍ରକାଶ କରିଛନ୍ତି |