ଖେଳମନୋରଞ୍ଜନ

ଦକ୍ଷିଣ ଆଫ୍ରିକାରେ ଜଙ୍ଗଲ ସଫାରି ଯାଇଥିଲା ବେଳେ ଜାଦେଜାଙ୍କୁ ମୁଥ ମାରିବାକୁ ଚାହୁଁଥିଲେ ରୋହିତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଜଙ୍ଗଲ ସଫାରି ଯାଇଥିଲା ବେଳେ ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଏମିତି ଏକ କାମ କରିଥିଲେ ଯେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ମୁଥ ମାରି ତାଙ୍କ ମୁହଁ ଫଟାଇ ଦେବାକୁ ଚାହୁଁଥିଲେ। ରୋହିତଙ୍କ ସାଥୀ ତଥା ମୁମ୍ବାଇ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି। ଘଟଣା ପଛରେ ଥିବା କାହାଣୀ ଉପରୁ ମଧ୍ୟ ସେ ପରଦା ଉଠାଇଛନ୍ତି। ଜଙ୍ଗଲ ସଫାରିରେ ଯାଇଥିଲା ବେଳେ ଜାଦେଜାଙ୍କ ପାଇଁ ସେମାନେ କିଭଳି ବାଘ ହାବୁଡ଼ରେ ପଡ଼ି ଯାଇଥିଲେ ରାହାଣେ ଏହି ଅବସରରେ ସେହି କଥା ବର୍ଣ୍ଣନା କରିଥିଲେ। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା ବେଳେ ଜାଦେଜା, ରାହାଣେ ଏବଂ ରୋହିତ ନିଜ ନିଜ ପତ୍ନୀଙ୍କ ସହ ଜଙ୍ଗଲ ବୁଲିବାକୁ ଯାଇଥିଲେ। ଜଙ୍ଗଲରେ ବୁଲା ବୁଲି କଲା ବେଳେ ସେମାନେ ଦୁଇଟି ଚିତା ବାଘ ସେମାନଙ୍କ ଶିକାର ଖାଉଥିବା ଦେଖିବାକୁ ପାଇଥିଲେ। ସାଙ୍ଗରେ ଯାଇଥିବା ଗାଇଡ୍‌ ସେମାନଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଥିଲେ। ହେଲେ ଜାଦେଜା ହଠାତ୍‌ ପାଟିକରି ବାଘ ଦୁଇଟିର ଧ୍ୟାନ ଭଙ୍ଗ କରିଥିଲେ। ତାଙ୍କ ପାଟି ଶୁଣି ବାଘ ଦୁଇଟି ଖାଇବା ପରିବର୍ତେ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲେ। ପ୍ରାଣ ବିକଳରେ ସମସ୍ତେ ଏକା ରାହାରେ ସେଠାରୁ ଦୌଡ଼ି ଚାଲି ଆସିଥିଲେ। ହେଲେ ଜାଦେଜାଙ୍କ ପିଲାଳିଆମିରେ ରୋହିତ ଏତେ ରାଗି ଯାଇଥିଲେ ଯେ ଜାଦେଜାଙ୍କୁ ମୁଥ ମାରିବାକୁ ଚାହୁଁଥିଲେ। ଅବଶ୍ୟ ସମସ୍ତେ ଶାନ୍ତ ରହିବା ସହ ବାଘ ହାବୁଡ଼ରୁ ଅଳ୍ପକେ ବଞ୍ଚି ଯାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button