ବିଶେଷ
ଡିସେମ୍ବର 4ରେ ବାତ୍ୟାର ସମ୍ଭାବନା
![](http://www.aajiraodisha.org/wp-content/uploads/2017/12/bl12-3Dasiasec_ir1_3102461g.jpg)
କନ୍ୟାକୁମାରୀଠାରୁ ପ୍ରାୟ ୧୨୦ କି.ମି. ଦୂର କୋମୋରିନ ଠାରେ ଏକ ଝଡ଼ବାତ୍ୟା ସୃଷ୍ଟି ହୋଇଛି। ଏହା ୩/୪ ତାରିଖ ବେଳକୁ ବାତ୍ୟାର ରୂପ ନେବାର ସମ୍ଭାବନା ଅଧିକ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ। ଏହି ପୂର୍ବାନୁମାନ ଅନୁଯାୟୀ ଲଘୁଚାପ ଧୀରେ ଧୀରେ ତାମିଲନାଡ଼ୁ ଉପକୂଳ ଦେଇ ଆନ୍ଧ୍ର ପ୍ରଦେଶ ଉପକୂଳ ପର୍ଯ୍ୟନ୍ତ ଗତି କରିବ ଏବଂ ୩ ତାରିଖ ବେଳକୁ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ୬/୭ ତାରିଖ ବେଳକୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି ଭଳି ଅଳ୍ପ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟାର ଗତି ନେଇ ରୂପରେଖ ସ୍ପଷ୍ଟ ନ ଥିବା ପାଣିପାଗ କେନ୍ଦ୍ର ଦର୍ଶାଇଛି।