ଜିଲ୍ଲା

ଡିସେମ୍ବର ୧୫ରୁ ଚାଲିବ ୨୨ ଯୋଡ଼ା ଶୀତକାଳୀନ ସ୍ୱତନ୍ତ୍ର ଟ୍ରେନ୍‌

ଡିସେମ୍ବର ୧୫ରୁ କିଛି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ପୂର୍ବ ରେଳବାଇ। ସାଲିମାର-ଭଞ୍ଜପୁର-ସାଲିମାର ରୁଟରେ ସାପ୍ତାହିକ ୧୧ ଯୋଡା ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅନ୍ୟ ୧୧ ଯୋଡା ଟ୍ରେନ୍‌ ଭଞ୍ଜପୁର-ପୁରୀ-ଭଞ୍ଜପୁର ରୁଟରେ ଚଲାଇବାକୁ ଦକ୍ଷିଣ ପୂର୍ବ ରେଳବାଇ ନିଷ୍ପତ୍ତି ନେଇଛି।

ଏଥିରେ ୬ଟି ଦ୍ୱିତୀୟ ଶ୍ରେଣୀ କୋଚ୍‌ ରହିଛି। ଏହି ସ୍ୱତନ୍ତ୍ର ଟ୍ରେନର ସାନ୍ତରାଗାଛି, ପାଂଶକୁରା, ଖଡଗପୁର, ବେଲଦା, ଜଳେଶ୍ୱର, ବସ୍ତା, ରୁପସା, ଜୁଗପୁରା, ବେତନଟି, କ୍ରିଷ୍ଣଚନ୍ଦ୍ରପୁର ଏବଂ ବାରିପଦାରେ ଷ୍ଟପେଜ୍‌ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button