ସ୍ୱାସ୍ଥ୍ୟ

ଡାଇଟିଙ୍ଗ କରୁଥିଲେ ସାବଧାନ! ହୋଇପାରେ ଏହି ସବୁ ରୋଗ ;

ଆଜିକାଲି ଡାଇଟିଙ୍ଗ କରିବା ଏବଂ ବାହାରେ ଭୋଜନ କରିବା ଏକ ଫ୍ୟାସନ ହୋଇଗଲାଣି। ଅଧିକାଂଶ ଝିଅମାନେ ଏହି ଫ୍ୟାସନ କାରଣରୁ ପିସିଓଡି(ପାଲିସିଷ୍ଟିକ ଓବେରିଅନ ଡିଜିଜ୍‍) ରୋଗର ଶୀକାର ହେଉଛନ୍ତି। ଆଗକାଳେ ଝିଅମାନଙ୍କୁ କିଶୋର ଅବସ୍ଥାରେ ବାଦାମ , ଘିଅ , ଲହୁଣୀ ଭଳି କେତେଗୁଡଏ ଶରୀର ଉପାଯୋଗୀ ଖାଦ୍ୟ ଦିଆଯାଉଥିଲ। ଯାହାଦ୍ୱାରା ସେମାନଙ୍କୁ ଶାରୀରିକ ଦୂର୍ବଳତା ଲାଗୁନଥିଲା ଏବଂ ଗର୍ଭାଶୟରେ କୌଣସି ସମସ୍ୟା ଦେଖାଦେଉନଥିଲା। କିନ୍ତୁ ଆଜିକାଲିର ଝିଅ କିମ୍ବା ମହିଳାମାନେ ବର୍ତ୍ତମାନ ବଦଳୁଥିବା ଜୀବନ ଶୈଳିକୁ ଆପଣାଉଛନ୍ତି। ଯାହାଦ୍ୱାରା ସେମାନଙ୍କ ଶରୀର ଉପରେ ଅନେକ ଗୁଡିଏ ଖରାପ ପ୍ରଭାବ ପଡୁଛି। ଯେଉଁ କାରଣରୁ ପିସିଓଡି ଭଳି ସମସ୍ୟା ଝିଅମାନଙ୍କ ଠାରେ ଦେଖାଯାଉଛି।
ଏହା ଏକ ପ୍ରକାର ହରମୋନରେ ବ୍ୟତିକ୍ରମ ଜନିତ ସମସ୍ୟା। ଯାହା ଆଜିକାଲି ଅଧିକାଂଶ ମହିଳାଙ୍କ ମାନଙ୍କଠାରେ ଦେଖାଯାଉଛି

ଆଜିକାଲିର ଝିଅମାନେ ପତଳା ଦେଖାଯିବାପାଇଁ ବହୁତ କମ୍‍ ଖାଦ୍ୟା ଖାଉଛନ୍ତି କିମ୍ବା ଡାଇଟିଙ୍ଗର ସାହାରା ନେଉଛନ୍ତି। ହିରୋଇନଙ୍କ ଭଳି ଦେଖାଯିବାପାଇଁ ସମସ୍ତେ ଇଛା କରୁଛନ୍ତି। କିନ୍ତୁ ଏହା କରିବା ଦ୍ୱାରା ଶରୀରକୁ ମିଳିବାକୁଥିବା ଉପଯୁକ୍ତ ଓ ସନ୍ତୁଳିତ ଆହାର ମିଳିପାରୁନାହି। ଯାହାଦ୍ୱାରା ସେମାନେ ବିବାହ ପରବର୍ତ୍ତି ଅବସ୍ଥାରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖିନ ହେଉଛନ୍ତି।
ଅନ୍ୟଏକ ଦୃଷ୍ଟିରୁ ଦେଖିଲେ , ଆଜିକାଲି ବାହାରେ ଭୋଜନ କରିବା ଫ୍ୟାସନ ହୋଇଯାଇଛି। ଯାହାଦ୍ୱାରା ସେମାନେ ଏହିଭଳି ରୋଗର ଶିକାର ହେଉଛନ୍ତି।

୧) ଅଧିକାଂଶ ସମୟରେ ଫଳ ଏବଂ ପନିପରିବା ଜାତୀୟ ଖଦ୍ୟ ଖାଆନ୍ତୁ।
୨) ପିସିଓଡି ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ନିହାତି ଜରୁରୀ। ଯେମିତି ଅଣ୍ଡା, ଫଳ, ବାଦାମ, ଜୁସ ଏବଂ ମଲଟିବ୍ରେଡ ଖାଇବା ଜରୁରୀ ଅଟେ।
୩) ପ୍ରତିଦିନ ୩ରୁ୪ଲିଟର ପାଣି ପିଇବା ଆବଶ୍ୟକ। ପାଣି ପିଇବା ଦ୍ୱାରା ଓଜନ କମ୍‍ ହୋଇଥାଏ।
୪) ପ୍ରତିନିନ ସକାଳୁ ଉଠି ବ୍ୟାୟାମ କରିବା ଆବଶ୍ୟକ।

୫) ଚିନି, ଗୁଡ, ମଇଦା, ସୁଜି, ସଫା ଚାଉଳ, ଭଳି ଖାଦ୍ୟ ନଖାଇବା ଭଲ।

ପିସିଓଡି ରୋଗର ଲକ୍ଷଣ :
– ସାମାନ୍ୟ ଭାବେ ଓଜନ ବୃଦ୍ଧିହେବା
– ବାଳ ଝଡିବା , ମୁହଁର ଚିକ୍କଣ କମିଯିିବା ଉତ୍ୟାଦି

Related Articles

Leave a Reply

Your email address will not be published. Required fields are marked *

Back to top button