ଜାତୀୟବିଶେଷରାଜନୀତି

ଜବରଦସ୍ତ କବଜା କରିଥିବା ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ । ପାକିସ୍ତାନକୁ କଡା ଚେତାବନୀ ଦେଲା ଭାରତ

ଜାମ୍ମୁ କାଶ୍ମୀରରେ ଜବରଦସ୍ତ ଏବଂ ବେଆଇନ ଭାବରେ କବଜା କରିଥିବା ଅଞ୍ଚଳ ଗୁଡିକୁ ଖାଲି କରିବା ପାଇଁ ଭାରତ ପାକିସ୍ତାନକୁ କଡା ଚେତାବନୀ ଦେଇଛି । ଏହି ଅଞ୍ଚଳ ଗୁଡିକର ସ୍ଥିତିରେ ପରିବର୍ତ୍ତନରେ କାର୍ଯ୍ୟାନୁଷ୍ଠାନ ଉପରେ ଭାରତ କଡା ବିରୋଧ କରିଥିଲା ।
ଭାରତୀୟ ବିଦେଶ ମନ୍ତ୍ରାଳୟର ଏହି ପ୍ରତିକ୍ରିୟା, ପାକିସ୍ତାନର ସେହି କାର୍ଯ୍ୟାନୁଷ୍ଠାନ ଉପରେ ଆସିଛି, ଯେଉଁଥିରେ ପାକିସ୍ତାନ ଆଜାଦ ଜାମ୍ମୁକାଶ୍ମୀର ୧୩ତମ ସଂଶୋଧନର ଅଧିନିୟମ-୨୦୧୮ରେ ପରିବର୍ତ୍ତନ କରି ଆଜାଦ ଜାମ୍ମୁକାଶ୍ମୀର କାଉନସିଲ ଆଡମିନିଷ୍ଟ୍ରେଟିଭ୍ ଆଣ୍ଡ ଫାଇନାନ୍ସସିଆଲ ପାୱାରକୁ ଶେଷ କରିଦେଇଛି । ତେବେ ଏବେ ଏହା ଏକ ଉପଦେଶକାରୀ ଅଧିନିୟମ ହୋଇ ରହିଯାଇଛି ।
ବିଦେଶ ମନ୍ତ୍ରାଳୟର ବୟାନ ଅନୁଯାୟୀ, ପାକ୍ତିସାନକୁ ଏହା ସିଧାସଳଖ କୁହାଯାଇଛି ଯେ, ୧୯୪୭ର ବିଲୟ ପତ୍ର ଅନୁଯାୟୀ, ସମ୍ପୂର୍ଣ୍ଣ ଜାମ୍ମୁ କାଶ୍ମୀର ରାଜ୍ୟ ଭାରତର ଆଭ୍ୟନ୍ତରୀଣ ଅଂଶ ଅଟେ । ଏବଂ ଏଥିରେ ପାକିସ୍ତାନ ନିଡ କବଜାକୁ ନେଇଥିବା କାଶ୍ମୀରର ଅଂଶ ମଧ୍ୟ ସାମିଲ ରହିଛି । ଏଭଳି ସ୍ଥିତିରେ ପାକିସ୍ତାନ ପାଖରେ ପରିବର୍ତ୍ତନର କୌଣସି ଆଇନ ସମ୍ମତ ପ୍ରମାଣ ନାହିଁ ଯାହାକି ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର୍ଯ୍ୟ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button