ରାଜ୍ୟ

ଚୋରା ମଦ କାରବାର ବିରୋଧରେ ତାତିଲେ ମହିଳା

ଆଓରି-ଭୁବନେଶ୍ଵର(୧୮/୦୭) : ବାସୁଦେବପୁର ବ୍ଲକରେ ଦିନକୁ ଦିନ ଚୋରା ମଦ କାରବାର ବଢ଼ିବାରେ ଲାଗିଛି । ଏହାକୁ ରୋକିବା ଦିଗରେ ଜିଲ୍ଲା ଅବକାରୀ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ମଦ ବେପାରୀଙ୍କୁ ପ୍ରୋତ୍ସାହନ ଦେବା ନିଷ୍ପତ୍ତିକୁ ଵିରୋଧ କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ଆଜି ଠାରୁ ମଦ ବିରୋଧୀ ଆନ୍ଦୋଳନକୁ ତୀବ୍ର କରିଛନ୍ତି ।

ଆଜି ଶହ ଶହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚୋରା ମଦ ବିକୁଥିବା ବେପାରୀଙ୍କ ଘର ଉପରେ ଚଢ଼ଉ କରି ପ୍ରାୟ ୭ଲିଟର ଦେଶୀ ମଦ ଜବତ କରିଛନ୍ତି । ବାସୁଦେବପୁର ବ୍ଲକ ସୁଗୋ କୁସୁନିବିନ୍ଧାରେ ଦୀର୍ଘ ଦିନ ଧରି ଚୋରା ମଦ ବେପାରୀ ମାନେ ଚୋରା ମଦ ବିକ୍ରି କରିଆସୁଥିଲେ । ଦୀର୍ଘ ଦିନରୁ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହାକୁ ବିରୋଧ କରି ବନ୍ଦ କରିଥିଲେ ।

ହେଲେ ନିକଟରେ ସମ୍ପୃକ୍ତ ମଦ ବ୍ୟବସାୟୀ ଦିନ ଦ୍ୱିପ୍ରହରରେ ଖୁଲାମଖୁଲା ମଦ ବିକ୍ରି କରୁଥିଲେ । ଏହାକୁ ସୁଗୋର ପ୍ରାୟ ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିରାଧ କରି ଗତକାଲି ବନ୍ଦ କରିଥିଲେ । କିନ୍ତୁ ଆଜି ପୁଣି ସମ୍ପୃକ୍ତ ବ୍ୟବସାୟୀ ମଦ ବିକିବାରୁ ମହିଳାମାନେ ବେପାରୀଙ୍କୁ ଧରିବା ସହିତ ତା ପାଖରୁ ପାଖାପାଖି ୭ଲିଟର ଦେଶୀ ମଦ ଜବତ କରିଛନ୍ତି ।

ବେପାରୀ ମହିଳାଙ୍କ କବଳରୁ ଖସି ଫେରାର ହେଇଯାଇଥିବା ବେଳେ ୭ଲିଟର ମଦ ବାସୁଦେବପୁର ଥାନାରେ ଦେଇଛନ୍ତି । ତୁରନ୍ତ ସମ୍ପୃକ୍ତ ବେପାରୀଙ୍କୁ ଧରିବା ସହିତ ଗାଁରେ ଚୋରା ମଦ ବିକ୍ରିକୁ ବନ୍ଦ କରିବାକୁ ଦାବି କରିଛନ୍ତି ମହିଳା ।

Related Articles

Leave a Reply

Your email address will not be published. Required fields are marked *

Back to top button