ରାଜ୍ୟ

ଚଳିତ ବର୍ଷର ଦଶହରା ପର୍ବ ଫିକା ; ଲଘୁଚାପ ସମ୍ଭାବନା

ଆଓରି-ଭୁବନେଶ୍ଵର(୨୭/୦୯) : ଆଉ ଅଳ୍ପ କେଇଦିନ ରହିଲା ଦଶହରା । ଯାହାକୁ ନେଇ ସମସ୍ତେ ଉତ୍‌କଣ୍ଠାର ସହ ଅପେକ୍ଷା କରିଛନ୍ତି । କିନ୍ତୁ ଚଳିତ ବର୍ଷର ଦଶହରା ପର୍ବ ଫିକା ପଡ଼ିପାରେ ।  କାହିଁକି ନା ରାଜ୍ୟରେ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଯଦିଓ ଆଜି ସାମାନ୍ୟ ବର୍ଷା କମିଛି । ତଥାପି ସେପ୍ଟେମ୍ବର ୨୮ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଫଳରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପୂର୍ବଭାରତ ଓ ବାଂଲାଦେଶରେ ୨୮ ତାରିଖ ପରଠାରୁ ପ୍ରବଳ ବର୍ଷା ହୋଇପାରେ ବୋଲି ବେସରକାରୀ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ।

ସ୍କାଏମେଟ ରିପୋର୍ଟ ଆହୁରି ମଧ୍ୟ ଅନୁମାନ ଲଗାଇଛି ଯେ ନିକଟ ଭବିଷ୍ୟତରେ ବର୍ଷାଛାଡିବାର ସମ୍ଭାବନା କମ ରହିଛି । ଅକ୍ଟୋବର ୨ୟ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ରହିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ଦଶହରା ଫିକା ପଡ଼ିବାର ଆଶଙ୍କା ରହିଛି ।  କେବଳ ବଙ୍ଗୋପସାଗର ନୁହେଁ, ଆରବ ସାଗରରେ ସୃଷ୍ଟି ହୋଇଥିବା ହିକ୍କା ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button