ଆନ୍ତର୍ଜାତୀୟ

ଚଟାଣ ସଫାକଲେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ

ଆମଷ୍ଟରଡାମ୍‌ : ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟି ଏବେ ଚର୍ଚ୍ଚାରେ। ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ କଫି କପ୍‌ ଧରି ଯାଉଥିବାବେଳେ ହଠାତ୍‌ ଏହା ତାଙ୍କ ହାତରୁ ଖସି ପଡ଼ିଥିଲା। ଫଳରେ ଚଟାଣରେ କଫି ଢାଳି ହୋଇଯାଇଥିଲା। ତେବେ ସଫେଇ କର୍ମଚାରୀମାନେ ଢାଳି ହୋଇଯାଇଥିବା କଫିକୁ ସଫା କରିବା ପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ ସେମାନଙ୍କ ହାତରୁ ଝାଡ଼ୁ ନେଇ ଚଟାଣରୁ କଫିକୁ ପୋଛିଥିଲେ। ଟ୍ଵିଟରରେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଏହି ଫଟୋକୁ ଜଣେ କୂଟନୀତିଜ୍ଞ ଅପଲୋଡ କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି।

Related Articles

Leave a Reply

Your email address will not be published. Required fields are marked *

Back to top button