ଘୁମୁରା ନାଚ ଦର୍ଶକଙ୍କ ମନ ମୋହିଲା
1 min readଆଜିର ଓଡିଶା (ତା ୪|୪ ) – ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ୮ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗିତ ମହୋଶ୍ଚବର ମଙ୍ଗଳବାର ଥିଲା ଦ୍ଵିତୀୟ ସନ୍ଧ୍ୟା | ସଂଗୀତ ମହାବିଦ୍ୟାଳୟ ପରିସର ଉତ୍କଳମଣ୍ଡପ ଠାରେ ଅନୁଷ୍ଠିତ ଏହି ମହୋଶ୍ଚବ କୁ ସନ୍ଧ୍ୟାରେ ପରମ୍ପରା ଅନୁସାରେ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ମନ୍ତ୍ରୀ ପ୍ରଫୁଲ ସାମଲ | ବଲାଙ୍ଗିର ଘୁମୁରା, ଗଜପତି ସଉରା , ବୌଦ୍ଧ କରମା , ନୟାଗଡ ସିଙ୍ଘାବାଦ୍ୟ , ନବରଙ୍ଗପୁର ଗଡବା ନୃତ୍ୟ , ଯାଜପୁର ଲଉଡି ଖେଳ ଇତ୍ୟାଦି ସଂସ୍କୃତିକ ନୃତ୍ୟ ଓ ଖେଳ ପରିବେଷଣ ହୋଇଥିଲା |