ଜାତୀୟରାଜ୍ୟ

ଗ୍ରାମୀଣ ଡାକ ସେବକଙ୍କ ଦରମା ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ଆ.ଓ.ରି.ଦିଲ୍ଲୀ (ତା ୭/୬)ନୂଆଦିଲ୍ଲୀ : ଭାରତୀୟ ଡାକ ବିଭାଗ ଅଧିନ ଗ୍ରାମୀଣ ଡାକ ସେବକ (ଡିଜିଏସ୍‍)ଙ୍କ ଦରମା ଓ ଭତ୍ତା ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏହାଦ୍ୱାରା ଦେଶର ୩ଲକ୍ଷ ୭ହଜାର ଗ୍ରାମୀଣ ଡାକ ସେବକ ଲାଭବାନ ହେବେ। ଏହି ସମସ୍ତ ଜିଡିଏସ୍‍ଙ୍କୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ସେମାନେ ହେଲେ ବ୍ରାଞ୍ଚ ପୋଷ୍ଟମାଷ୍ଟର (ବିପିଏମ୍‍) ଓ ଆସିଷ୍ଟାଷ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର (ଏବିପିଏମ୍‍)। ବିପିଏମ୍‍ ଓ ଏବିପିଏମଙ୍କ ପାଇଁ ନୂଆ କରି ଦରମା ଓ ଭତ୍ତା ବ୍ୟବସ୍ଥା କରାଯାଇଛି। ଟାଇମ୍‍ ରିଲେଟେଡ୍‍ କଣ୍ଟିନ୍ୟୁଟ୍‍ ଆଲାଉନସ (ଟିଆରସିଏ)। ଟିଆରସିଏ ଆଧାରରେ ବିପିଏମମାନେ ଏଣିକି ୧୨,୦୦୦ କିମ୍ବା ୧୪, ୫୦୦ଟଙ୍କା ଦରମା ପାଇବେ। ସେହିପରି ଏବିପିଏମମାନେ ୧୦,୦୦୦ କିମ୍ବା ୧୨,୦୦୦ଟଙ୍କା ଦରମା ପାଇବେ। ଏହି ବର୍ଦ୍ଧିତ ଦରମା ଭତ୍ତା ଯେବେ ଲାଗୁ ହେବ ତାକୁ ଜାନୁଆରୀ ୨୦୧୬ ମସିହାରୁ ପିଛିଲା ଭାବେ କାର୍ଯ୍ୟକାରୀ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button