ଗଛରେ ପିଟିହେଲା ପରେ ଘାଟି ତଳକୁ ଓଲୋଟି ପଡିଲା ଟ୍ରକ
1 min read
ଆଓରି -(ଭୁବନେଶ୍ଵର): ଗଛରେ ପିଟି ହୋଇ ଘାଟି ତଳକୁ ଓଲଟିଲା ଟ୍ରକ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ମୃଗବିହାର ନିକଟରେ ଏକ କାଜୁ ବୋଝେଇ ଟ୍ରକ ଗଛକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଟ୍ରକ ଭିତରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି।
ଡ୍ରାଇଭର ସମେତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଖୋର୍ଦ୍ଧା ବଡପୋଖରିଆ ପଞ୍ଚାୟତ ଓଳସିଂ ଗ୍ରାମର ଭାସ୍କର ଚନ୍ଦ୍ର ସାହୁ। କାଜୁ ବୋଝେଇ ଟ୍ରକଟି ରାୟଗଡାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟିରେ ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା।