ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ; ପର୍ଯ୍ୟଟକଙ୍କ ଭିଡ
1 min read
ଆଓରି-ଭୁବନେଶ୍ଵର(୦୧/୧୧) : ଚଳିତବର୍ଷ ନଭେମ୍ବର ୧ତାରିଖରେ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ପାଇଁ ଖୋଲାଯାଇଛି । ସକାଳୁ ସକାଳୁ ଆଜି ଜଶୀପୁରର ଟିକେଟ କାଉଣ୍ଟରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରାକୃତିକ ଶୋଭା ଓ ସମ୍ପଦର ଅପୃର୍ବ ପରିପ୍ରକାଶ ଶିମିଳିପାଳ । ଏଥିରେ ବିଭିନ୍ନ ଜାତିର ପକ୍ଷୀ ଓ ଜୀବଜନ୍ତୁ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ । ୨୦୦୮ ମସିହାରେ ଶିମିଳିପାଳକୁ ଶତ ପ୍ରତିଶତ ଅଭୟାରଣ୍ୟ ଘୋଷଣା କରାଯାଇଥିଲା ।
ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରୁଛି । ଚଳିତବର୍ଷ ଜଶୀପୁର କାଳିଆଣି ଗେଟ ଦେଇ ୩୫ ଟି ଗାଡି ଓ ପିଠାବଟା ଦେଇ ୨୫ ଟି ଗାଡି ଯାଇପାରିବେ । ସେହିପରି ଟିକେଟ ଜଶୀପୁର ଓ ପିଠାବଟାର ବୁକିଂ କାଉଣ୍ଟରରୁ ସକାଳ ୬ ରୁ ୯ ପର୍ଯ୍ୟନ୍ତ ମିଳିପାରିବ । ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ପ୍ରକଳ୍ପରେ ଗୁଡ଼ିଗୁଡ଼ିଆ,ବରେଇପାଣି,କୁମାରୀ ଓ ଜାମୁଆଣିରେ ରାତିରେ ଲେକମାନକୁ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତେକ ଗାଡ଼ିରେ ଗାଇଡ଼ ନେବା ବାଧ୍ୟତାମୂଳକ ହୋଇଛି । ପ୍ରଯ୍ୟଟକକୁ ଆଖି ଆଗରେ ରଖି ଦିନ ବେଳେ ଖାଇବା ପାଇଁ ବୋରେଇପାଣିରେ ବ୍ୟବସ୍ଥା ମଧ୍ୟ କରାଯାଇଛି ।