March 19, 2023

କେନ୍ଦ୍ରାପଡାରେ ୧୨ ଘଣ୍ଟିଆ ବନ୍ଦ ଡକରା ; ଟାୟାର ଜାଳି ରାସ୍ତା ଅବରୋଧ

1 min read
Section-144-In-Kendrapara-Town-Aajira-Odisha

ଆଓରି-ଭୁବନେଶ୍ଵର(୨୪/୦୧) : କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିିବା ଉତ୍ତେଜନା ପରିପ୍ରେକ୍ଷୀରେ ଅଶାନ୍ତ ହୋଇପଡ଼ିଛି କେନ୍ଦ୍ରାପଡ଼ା ସହର। ସମଗ୍ର ସହରରେ ଏଥିପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ଛକରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆଜି ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ Kendrapara-Strike-Aajira-Odishaସମଗ୍ର ସହରରେ ଦୋକାନବଜାର ବନ୍ଦ ରହିଛି। ଗତକାଲି ଯେ ଏହି ଘଟଣା ପରେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।

କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ପରେ ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ା ସହରର ସମସ୍ତ ସ୍କୁଲ କଲେଜ୍‌କୁ ବନ୍ଦ କରି ଦେଇଥିିବାରୁ ଆଜି ସହରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସଂସ୍କୃତ ଟୋଲ, ମାଦ୍ରାସାଠାରୁ ଆରମ୍ଭ କରି ସରକାରୀ, ବେସରକାରୀ, ସ୍କୁଲ, କଲେଜ ବନ୍ଦ ରହିଛି। ସେହିପରି ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ସହରର ତିନିମୁହାଣି ଛକ ଓ ଗରାପୁର ଛକ( ସହରର ଦୁଇ ପ୍ରମୁଖ ପ୍ରବେଶ ପଥରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିବାରୁ ସହର ଦେଇ ଯାନବାହନ ଚଳାଚଳ ବନ୍ଦ ରହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.