ଜିଲ୍ଲା

କଟକ ଗୋପାଳପୁର ଠାରେ ନିର୍ମାଣ ହେବ ରାଜ୍ୟର ସର୍ବବୃହତ ବସଷ୍ଟାଣ୍ତ

ଆଓରି -(କଟକ ): କଟକ ଉପକଣ୍ଠରେ ଥିବା ଗୋପାଳପୁର ଠାରେ ରାଜ୍ୟର ସର୍ବବୃହତ ବସଷ୍ଟାଣ୍ତ ନିର୍ମାଣ ହେବ ବୋଲି, ରାଜ୍ୟବାସିଙ୍କୁ ଏକ ପ୍ରକାର ସୁନେଲି ସ୍ବପ୍ନ ଦେଖେଇଦିଆଯାଇଛି.କିନ୍ତୁ ବାସ୍ତାବିକତାକୁ ଦେଖିଲେ ଲାଗୁଛି , ପଦ୍ମ ଯେମିତି ଘୁଞ୍ଚି ଘୁଞ୍ଚି ଯାଉଛି। କାରଣ ହାଇକୋର୍ଟରେ ଦାଏର ହୋଇଥିବା ଏସମ୍ପର୍କୀତ ଏକ ଜନସ୍ବାର୍ଥ ମାମଲାର ଶୁଣାଣୀ ବେଳେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଛି , ତାହା ସ୍ପଷ୍ଟ କରୁଛିଯେ, ଏହି ଅତ୍ୟାଧୁନିକ ବସଷ୍ଟାଣ୍ତର ନିର୍ମାଣ ପାଇଁ ଯେଉଁସବୁ ସରକାରୀ ଓୌପଚାରିକତା ପୂରଣ କରାଯିବା କଥା ,ତାହା ଏଯାଏଁ ହୋଇନାହିଁ.ଏବଂ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇସାରିଛନ୍ତିଯେ, ୩ ମାସ ଭିତରେ ନିର୍ମାଣ କାମ ଆରମ୍ଭ କର.ସେହି ଆଧାରରେ ସୋମବାର ଦିନ ପରିବହନ ମନ୍ତ୍ରୀ ବସଷ୍ଟାଣ୍ତ ଣ୍ଡ୍ର ପାଚେରୀ ନିର୍ମାଣ ଲାଗି ଶିଳାନ୍ୟାସ କରିସାରିଛନ୍ତି.କିନ୍ତୁ ଅଧୀଗ୍ରହଣ ହୋଇଥିବା ୪୨ ଏକର ଜାଗାରୁ ୭ ଏକର ଜବରଦଖଲକାରୀଙ୍କ କବ୍ଜାରେ ରହିଛି, ଏବଂ ଘରୋଇ ବସମାଲିକ ସଂଘ ମଧ୍ୟ ଏହି ମେଗା ପ୍ରୋଜେକ୍ଟ ପାଇଁ ଆଗ୍ରହ ଦେଖାଉନଥିବା ଜଣାପଡିଛି.ତେଣୁ ଏସବୁ ଗୋଳମାଳିଆ ସ୍ଥିତିକୁ ଦେଖିଲେ ଏପ୍ରଶ୍ନ ଉଠିବା ଶ୍ଵଭାବିକ ଗୋପାଳପୁର ଠାରେ ସତରେ କଣ ରାଜ୍ୟର ସର୍ବବୃହତ ବସଷ୍ଟାଣ୍ଡ୍ ମୁଣ୍ଡ ଟେକି ଠିଆହେବ। ନା ଏହା କେବଳ ଏକ ଧୁଆଁବାଣ।

Related Articles

Leave a Reply

Your email address will not be published. Required fields are marked *

Back to top button