ଜାତୀୟ

ଓଡ଼ିଶାର ୩୫ ପ୍ରତିଶତ ବିଧାୟକ ଅପରାଧ

ଭୁବନେଶ୍ୱର : ଓଡିଶାରେ ପ୍ରାୟ ୩୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ରହିଛି ଫୌଜଦାରୀ ମାମଲା ଏବଂ ଏମାନଙ୍କ ମଧ୍ୟରୁ ୨୮ ପ୍ରତିଶତଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି।
ରାଜନେତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତ୍ୱରିତ ତଦନ୍ତ ପାଇଁ ୧୨ଟି ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା ଲାଗି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ପ୍ରତିଶ୍ରୁତି ରଖିବା ପରେ ଓଡ଼ିଶାର ଏସବୁ ବିଧାୟକ ଓ ସାଂସଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ଓଡ଼ିଶା ଇଲେକ୍ସନ ଓ୍ଵାଚ୍‌ ଦେଇଥିବା ରିପୋର୍ଟ ସୂଚାଉଛି, ବିଧାନସଭାର ମୋଟ ୧୪୭ ବିଧାୟକଙ୍କ ମଧ୍ୟରୁ ୫୨ ଜଣ ବିଧାୟକ ଅପରାଧରେ ଛନ୍ଦି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଜଣ ବିଧାୟକ ଶାସକ ବିଜେଡିର। କଂଗ୍ରେସର ୯, ବିଜେପିର ୮, ୨ ସ୍ୱାଧୀନ, ସମତାକ୍ରାନ୍ତି ଦଳ ବିଧାୟକଙ୍କ ନାମରେ ବି ଅପରାଧିକ ମାମଲା ରହିଛି। ବିଜେଡିର ୨୩ ଜଣଙ୍କ ନାମରେ ଗୁରୁତର ମାମଲା ରହିଛି।

ଏହିପରି ଲୋକସଭାରେ ଓଡ଼ିଶାର ୨୧ ଜଣ ସାଂସଦଙ୍କ ମଧ୍ୟରୁ ୩ଜଣ ନିଜର ଅପରାଧିକ ଇତିହାସ ସଂପର୍କରେ ସତ୍ୟପାଠରେ ଠାରିଛନ୍ତି। ଏମାନଙ୍କ ମଧ୍ୟରୁ ବିଜେଡିର ଦୁଇଜଣ ଅଛନ୍ତି ଓ ଜଣେ ସଙ୍ଗିନ ଅପରାଧ ମାମଲାରେ ଛନ୍ଦି ହୋଇଛନ୍ତି। ଅନ୍ୟ ଜଣକ ହେଲେ ବିଜେପି ସାଂସଦ। ସେହିଭଳି ରାଜ୍ୟସଭାରେ ୧୦ଜଣ ସାଂସଦଙ୍କ ମଧ୍ୟରୁ ୨ଜଣଙ୍କ ନାମରେ ମାମଲା ରହିଛି। ଜଣେ କଂଗ୍ରେସ ଓ ଜଣେ ବିଜେଡିର।

Related Articles

Leave a Reply

Your email address will not be published. Required fields are marked *

Back to top button