ଖେଳ

ଓଡ଼ିଶାରୁ ୧୮ଜଣ ଜାତୀୟ ହକି ଦଳରେ ସ୍ଥାନ ପାଇଛନ୍ତି

ଭୁବନେଶ୍ୱର (ଆରି) ୧୩-୩: ଚଳିତ ମାସ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଖେଳା ଯିବାକୁ ଥିବା ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତା ଲାଗି ସୋମବାର ୧୮ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଦଳରେ ଦୁଇ ଜଣ ଗୋଲ୍‌ ରକ୍ଷକ ଥିଲା ବେଳେ ବିପିନ କିଶୋର କେର୍କେଟା ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ଏହି ୨୦ ଦଳିଆ ପ୍ରତିଯୋଗିତାରେ ପୁଲ୍‌-ଏରେ ସ୍ଥାନ ପାଇଛି। ଏହି ପୁଲ୍‌ରେ ଓଡ଼ିଶା ସହ ଆର୍‌ଏସ୍‌ପିବି, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ହକି ଭୋପାଳ ଅଛନ୍ତି। ଗୁରୁବାରର ଉଦଘାଟନୀ ଦିବସରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ ଆରଏସପିବି ବିପକ୍ଷରେ ଖେଳିବ।

ଘୋଷିତ ଓଡ଼ିଶା ଦଳ: ତେଜେଶ୍ୱର ରାଓ, ଆଲୋକ ବାର୍ଲା, ରାକେଶ ଟେଟେ, ବିପିନ କିଶୋର କେର୍କେଟା (ଅଧିନାୟକ), ଆନନ୍ଦ କୁମାର ବାରା, ସନ୍ତୋଷ ବକ୍ସଲା, ପ୍ରସାଦ କୁଜୁର, ଆନନ୍ଦ କୁଜୁର, ଦୀପକ ଜନ୍‌ କେର୍କେଟା, ସତୀଶ ଯାଦବ, ଅର୍ବିନ ବାର୍ଲା, ସୁରଜ ମିଞ୍ଜ, ଯୋଶେଫ ଟପ୍ପୋ, ପ୍ରସନ୍ନ ତିର୍କି, ଆଲୋକ ଲାକ୍ରା, ଅଶ୍ୱିନ କୁଜୁର, ସୁମନ କୁମାର ଚୌଧୁରୀ ଓ ନୀତିନ ମୁକେଶ ଟିଗା।

Related Articles

Leave a Reply

Your email address will not be published. Required fields are marked *

Back to top button