ଅପରାଧ

ଓଲାରେ କ୍ୟାବରେ ମହିଳା ଇଞ୍ଜିନିୟରଙ୍କୁ ବଳାତ୍କାର

ଆ.ଓ.ରି.ଦିଲ୍ଲୀ (ତା ୭/୬)ବେଙ୍ଗାଲୁରୁ: ବିମାନବନ୍ଦରକୁ ଓଲାରେ ଯାଉଥିବା ଜଣେ ୨୬ବର୍ଷୀୟା ମହିଳାଙ୍କୁ ଏହାର ଚାଳକ ବଳପୂର୍ବକ ଅପହରଣ କରିନେଇ ଉଲଗ୍ନ କରି ଫଟୋ ଉଠାଇବା ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ ସମ୍ପୃକ୍ତ ଓଲା ଚାଳକକୁ ଗିରଫ କରିଛି। ପୀଡ଼ିତା ହେଉଛନ୍ତି ଜଣେ ଇଞ୍ଜିନିୟର ଓ ସେ ଶୁକ୍ରବାର ଭୋର୍‍ ସମୟରେ ମୁମ୍ବଇ ଯିବା ପାଇଁ ବିମାନ ବନ୍ଦରକୁ ଯାଉଥିଲେ। ଶୀଘ୍ର ପହଞ୍ଚାଇଦେବାକୁ କହି ଚାଳକ ଏକ ଭିନ୍ନ ରାସ୍ତାରେ ଗାଡ଼ି ନେଇ ଗାଡ଼ିଭିତରେ ଏଭଳି କାଣ୍ଡ ଘଟାଇଥିଲା। ଏପରିକି ପ୍ରତିବାଦ କଲେ ସେ ସାଙ୍ଗମାନଙ୍କୁ ଡାକି ଗଣବଳାତ୍କାର କରିବାର ଧମକ ମଧ୍ୟ ଦେଇଥିଲା। ଅବଶ୍ୟ ପରେ ପୀଡ଼ିତା ମୁମ୍ବଇ ଯାଇ ସେଠାରୁ ହ୍ୱାଟ୍ସଆପ୍‍ ଯୋଗେ ବେଙ୍ଗାଲୁରୁ ପୁଲିସକୁ ଜଣାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button