ଜାତୀୟଜିଲ୍ଲାବିଶେଷ

ଓଡିଶା ଛୁଇଁବା ପରେ ହେଉଛି ଦୁର୍ବଳ,ଠକି ଦେଲା ମୌସୁମୀ

ଗତ ୮ତାରିଖରେ ମୌସୁମୀ ଓଡିଶା ଛୁଇଁବା ପରେ ସକ୍ରିୟ ହେବା ବଦଳରେ ଦୁର୍ବଳ ହେବାରେ ଲାଗିଛି । ଦକ୍ଷିଣ ଓ ପଶ୍ଚିମ ଓଡିଶାର କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନରେ ମୌସୁମୀ ବର୍ଷା ସେଭଳି ହେଉନାହିଁ । ମୌସୁମୀ ବର୍ଷାକୁ ଆଖିରେ ରଖି ବୁଣାବୁଣି କରିବା ପାଇଁ ଚାଷୀ ଜମି ପ୍ରସ୍ତୁତ କରିଛନ୍ତି । ହେଲେ ଏବେ ବର୍ଷା ହେଉନଥିବା ଚାଷ କାମ ଅଧାରେ ଅଟକି ରହିଛି । ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଆଗାମୀ ୩୬ ଘଂଟା ପରେ ସାରା ଦେଶରୁ ମୌସୁମୀ ଗାଏବ ହୋଇଯିବାର ସମ୍ଭାବନା ଅଧିକ ରହିଛି । ଏବେ ମୌସୁମୀ ଆଗଭଳି ସକ୍ରିୟ ନାହିଁ । ଜୁନ ୧୯ ତାରିଖ ଯାଏଁ ବର୍ଷା ହେବ ନାହିଁ, ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ଓଡ଼ିଶା ସମ୍ପର୍କରେ ବିଭାଗ ଆକଳନ କରିଛି ଯେ ୧୩ ତାରିଖ ଯାଏ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ଆଶଙ୍କା ରହିଛି। ଏହାପରେ ମୌସୁମୀ ଦୁର୍ବଳ ହେବା ସହ ବର୍ଷା ପରିମାଣ କମିବ। ୧୫ ତାରିଖ ପରେ ଓଡ଼ିଶାରେ ବର୍ଷାର ସମ୍ଭାବନା ନାହିଁ। କାଳବୈଶାଖୀ ହୋଇପାରେ। ଆସନ୍ତା ୨୪ ଘଣ୍ଟା ଯାଏ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଉତ୍ତର ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୫ରୁ ୬୫ କି.ମି. ବେଗରେ ପବନ ହେବାର ସମ୍ଭାବନା ରହିଛି।ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ୧୩ ଓ ୧୪ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାର ମାତ୍ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ଓଡ଼ିଶାରୁ ଗାଏବ ହୋଇଯିବ ମୌସୁମୀ। ବର୍ଷା ପରିମାଣ କମିବ।

ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦରେ ସର୍ବାଧିକ ୯୩ ମି.ମି. ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୬୩.୪, ସମ୍ବଲପୁରରେ ୪୫ ମି.ମି. ବର୍ଷା ହୋଇଛି। ଅନ୍ୟ କେତେକ ସ୍ଥାନରେ ୧୦ ମି.ମି.ରୁ କମ୍‌ ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button