![](http://www.aajiraodisha.org/wp-content/uploads/2018/04/cobra-rescued-720x430.jpg)
ଆଜିର ଓଡିଶା (ତା ୩|୪) – ଭୁବନେଶ୍ଵର ଦୂରଦର୍ଶନ ଅଫିସ ନିକଟ ଏମସିଏଲ କଲୋନୀରୁ ଏକ ନାଗସାପ ଉଦ୍ଧାର କରାଯାଇଛି। ଏମସିଏଲରଡିସପେନସାରୀ ଅଫିସରେ ଥିବା ଏକ ଅଚଳ ଏସି ଭିତରୁ ଆଜି ନାଗସାପଟି ବାହାରିଥିଲ॥ କିଛିଦିନ ହେବ ଏସିଟି ଖରାପ ହୋଇପଡ଼ିଥିଲା। ତେଣୁ ଏହାକୁ ସଜାଡ଼ିବା ପାଇଁ ମେକାନିକଙ୍କୁ ଡକାଯାଇଥିଲା। ହେଲେ ମେକାନିକ୍ ଆସି ଏସି ସଜାଡିବାକୁ ଗଲା ବେଳେ ନାଗସାପଟି ହଠାତ୍ ଫଣା ଟେକିଥିଲା। ଏହାପରେ ତୁରନ୍ତ ସ୍ନେକ ହେଲ୍ପ ଲାଇନ ନମ୍ବରରେ ଫୋନ କରାଯାଇଥିଲା। ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।