ଛବିରେ ଖବରଜାତୀୟବିଶେଷରାଜନୀତି

ଏମ୍ସ ରେ ଭର୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ସେ ରୁଟିନ୍‌ ଚେକ୍‌ ଅପ୍‌ ଓ ସ୍ୱାସ୍ଥ୍ୟର ଯାଞ୍ଚ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କୁହାଯାଉଛି।

ଡାକ୍ତରଙ୍କ ପରାମର୍ଶକ୍ରମେ ବାଜପେୟୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଏମ୍ସର ନିର୍ଦ୍ଦେଶକ ଡ଼ଃ ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ରହିବେ। ବାଜପେୟୀଙ୍କୁ ବର୍ତ୍ତମାନ ୯୩ ବର୍ଷ ବୟସ। ସେ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ସେ ଚଳତ୍‌ଶକ୍ତି ଶୂନ୍ୟ ପ୍ରାୟ ହୋଇଯାଇଥିଲେ।

୨୦୦୯ ମସିହାରୁ ସେ ସାଧାରଣ ଜୀବନ ଯାତ୍ରାରୁ ଦୂରେଇ ରହିଛନ୍ତି। ଏପରିକି ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁନି।

୨୦୦୯ ମସିହାରେ ନାଗପୁରରେ ଏକ ଦଳୀୟ ମିଟିଂ ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୪୮ଘଣ୍ଟା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତା’ପରଠୁ ସେ ସାଧାରଣ ଜୀବନ ଯାତ୍ରାରୁ ଦୂରେଇ ଯାଇଥିଲେ।

୧୯୯୬ ମସିହାରେ ସେ ମାତ୍ର ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହିପରି ୧୯୯୮ ମସିହାରେ ୧୩ ମାସ ଓ ୧୯୯୯ ମସିହାରେ ପ୍ରାୟ ୬ମାସ ପାଇଁ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button