ଜାତୀୟ

ଉତ୍ତରପ୍ରଦେଶରେ ରେଡ୍‌ ଆଲର୍ଟ ଜାରି-କାଶୀ ବିଶ୍ୱନାଥ ମନ୍ଦିରରେ ଆତଙ୍କବାଦୀ ହାମଲା ପାଇଁ ଲସ୍କର-ଇ-ତୋଏବାର ଧମକ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା, ଏକ ପତ୍ର ଜରିଆରେ ଉତ୍ତର ରେଳବାଇ କର୍ତ୍ତୃପକ୍ଷଙ୍କୁ ଶାହରନପୁର ରେଳ ଷ୍ଟେସନ ସମେତ ପ୍ରସିଦ୍ଧ କାଶୀ ମନ୍ଦିରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦେବା ପରେ ସମଗ୍ର ଉତ୍ତରପ୍ରଦେଶରେ ରେଡ୍‌ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆ ଯାଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର କମାଣ୍ଡର ମୌଲାନା ଅମ୍ବୁ ଶେଖ୍‌ ଦ୍ୱାରା ଲିଖିତ ଏହି ପତ୍ରରେ ଧମକ ଦିଆଯାଇ କୁହାଯାଇଛି ଯେ ଏବେ ଲସ୍କର-ଇ-ତୋଏବାର ଟାର୍ଗେଟରେ ମଥୁରାରେ ଅବସ୍ଥିତ କୃଷ୍ଣ ଜନ୍ମସ୍ଥାନ ମନ୍ଦିର ସମେତ ବରାଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର ଏବେ ରହିଛି। ଆଉ ଏଥିପାଇଁ ଲସ୍କର-ଇ-ତୋଏବାର ଜେହାଦୀମାନେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ରହିଛନ୍ତି। ଏବଂ ବୁଧବାର ଦିନ କିମ୍ବା ଏହାପରେ ଯେକୌଣସି ଦିନ ଓ ସମୟରେ ଏହି ଦୁଇ ମନ୍ଦିର ଉପରେ ଆତଙ୍କୀ ହାମ୍‌ଲା ହୋଇପାରେ। ଉତ୍ତରପ୍ରଦେଶର ଶାହରନପୁର ରେଳ ଷ୍ଟେସନ ମଧ୍ୟ ଏହି ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ରହିଥିବା ଏହି ଚିଠିରେ ଉଲ୍ଲେଖ ରହିଛି।

ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଆତ୍ମଘୋଷିତ କମାଣ୍ଡର ମୌଲାନା ଅମ୍ବୁ ଶେଖ୍‌ ପକ୍ଷରୁ ଏକ ପତ୍ର ଜରିଆରେ ଧମକ ମିଳିବା ପରେ ସମଗ୍ର ଉତ୍ତରପ୍ରଦେଶରେ ରେଡ୍‌ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆ ଯାଇଥିବା ଜାଣିବାକୁ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button